Latest Odisha News

BREAKING NEWS

ଭୁବନେଶ୍ୱରର କେଉଁଠି କେତେ କରୋନା ପଜିଟିଭ, ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱରର କେଉଁ ଅଚଂଳରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ମୋଟ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ୱରରେ ଅଛନ୍ତି ୩୪ ଜଣ । ତେବେ ସେମାନଙ୍କ ମଧ୍ୟରୁ ସତ୍ୟନଗରରେ ୪ ଜଣ ରହିଥିବାବେଳେ ବମିଖାଲରୁ ୧୪ ଓ ସୂର‌୍ୟ୍ୟନଗରରୁ ୮ ଆକ୍ରାନ୍ତ ଅଛନ୍ତି । ଏନେଇ ଟ୍ୱିଟ୍ କରି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେବେ ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ବମିଖାଲ ଲିଙ୍କ ଥାଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ସେହିପରି କପିଳ ପ୍ରସାଦରେ ୧, ବିଜେବି ନଗରରେ ୧, ବଡଗଡ ଅଂଚଳରେ ୧, ଝାରପଡାରେ ୧, ୟୁନିଟ୍‌-୪ରେ ୧, ୟୁନିଟ୍‌-୫ରେ ୧, ଜିମଖାନ୍ ପାମ୍ ହାଇଟ୍‌ରେ ୧ ଓ ସହିଦ ନଗରରେ ୧ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ସକାଳୁ ସତ୍ୟନଗର ଅଂଚଳକୁ ପୁରା ସିଲ୍ କରାଯାଇଛି । ଏହାକୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ଅଚଂଳରେ ଲୋକଙ୍କୁ ଘର ବାହାରିବା ଉପରେ କଟକଣା ଜାରି କରାଯାଇଛି । ଏହି ଅଂଚଳର ସମସ୍ତ ସରକାର ଓ ବେସରକାରୀ ଅଫିସ ବନ୍ଦ ରହିବ । ତେବେ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ ସହାୟତା କାମ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.