Latest Odisha News

BREAKING NEWS

ସାବଧାନ ! ତୋଷାଳୀ ଭବନ ନିକଟ ଓମଫେଡ୍ ବୁଥକୁ ଯାଇଥିଲେ କ୍ୱାରେଣ୍ଟାଇନରେ ରୁହନ୍ତୁ

ଭୁବନେଶ୍ୱର : ସତ୍ୟନଗରରୁ ଚିହ୍ନଟ ଜଣେ କରୋନା ପଜିଟିଭ ତୋଷାଳୀ ଭବନ ନିକଟ ଓମଫେଡ ବୁଥକୁ ପ୍ରାୟତଃ ଯାଉଥିଲେ । ତେଣୁ ଓମଫେଡ୍ ବୁଥକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଆପଣଙ୍କ ପାଖରେ ଥଣ୍ଡା, କାଶ, ଛିଙ୍କର କୌଣସି ଲକ୍ଷଣ ଦେଖାଯାଉଛି ତୁରନ୍ତ ୧୦୪ ନମ୍ବରରେ କଲ କରି ପଂଜୀକରଣ କରିବା ପାଇଁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।

ରାଜ୍ୟରେ ମୋଟ ୪୨ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣ ଭୁବନେଶ୍ୱରର । ଏମାନଙ୍କ ମଧ୍ୟରୁ ସତ୍ୟନଗର ଅଂଚଳର ୪ ଜଣ ଥିବା ଜଣାପଡିବା ପରେ ପୁରା ସତ୍ୟନଗରକୁ ବୁଧବାର ସକାଳେ ସିଲ୍ କରାଯାଇଛି ।

Leave A Reply

Your email address will not be published.