Latest Odisha News

BREAKING NEWS

High Court: ପାର୍ବଣରେ ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ: ହାଇକୋର୍ଟ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସନ୍ତାକାଲି ଗଣେଶ ପୂଜା ଥିବାବେଳେ, ଆଗକୁ ଆସୁଛି ଦୁର୍ଗାପୂଜା ସହ ବିଭିନ୍ନ ପୂଜା ପାର୍ବଣ । ଏହି ସମୟ ମଧ୍ୟରେ ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି ।

ନିର୍ଦ୍ଦେଶ ଅନୁଯାୟୀ, ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ ପ୍ରଶାସନ । ରୋଡକ୍ରସ୍‌ ତୋରଣ ନିର୍ମାଣ ଉପରେ କଟକଣା ବଳବତ୍ତର ରହିବ । ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ । ଫୁଟ୍‌ ପାଥ ଓ ରାସ୍ତା ଉପରେ ହେବନି ତୋରଣ ।

ସେହିପରି, ଇଲେକ୍ଟ୍ରି ଗେଟ୍‌ ନିର୍ମାଣ ବେଳେ ଲୋକଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ । ଲୋକଙ୍କ ସୁରକ୍ଷାକୁ ଆଖିରେ ରଖି ଅନୁମତି ଦେବ ପ୍ରଶାସନ । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଅତିରିକ୍ତ ତାରିଖ ଘୋଷଣା କରିବେ ସରକାର । ଚନ୍ଦ୍ରଗ୍ରହଣ ଲାଗି ଗୋଟିଏ ଅଧିକ ଦିନ ଲୋଡ଼ିଛନ୍ତି କିଛି କମିଟି ବୋଲି ହାଇକୋର୍ଟ କହିଛନ୍ତି ।

 

Comments are closed.