Latest Odisha News

BREAKING NEWS

IIC Suspended: ମଦ ଦୋକାନୀଠାରୁ ଲାଞ୍ଚ ନେଇ ସିଆରଆରଆଇ ଥାନା ଆଇଆଇସି ନିଲମ୍ବିତ

କଟକ: ନିଲମ୍ବିତ ହେଲେ କଟକ ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ । ୪୦ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଆଜି ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଲାଞ୍ଚ କାରବାରରେ ସଂପୃକ୍ତ ପରେ ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ ।

ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଠାରୁ ଲାଞ୍ଚ ନେବା ବେଳେ ଭୁବନେଶ୍ୱର ରାଜମହଲ ଛକରୁ ବିଜୟ ବାରିକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ନିଲମ୍ବନ ସମୟରେ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ବିଜୟ ।

ଓଡିଶା ପୋଲିସ ରାଜ୍ୟ ମୁଖ୍ୟାଳୟ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଡିଜିପି ବାରିକଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରିଛନ୍ତି ଏବଂ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ତାଙ୍କ ନିଲମ୍ବନ ଅବଧି ମଧ୍ୟରେ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ।

Leave A Reply

Your email address will not be published.