Latest Odisha News

BREAKING NEWS

ଏମିତି ଏକ ସ୍ଥାନ: କେବଳ କରୋନା ପାଇଁ ନୁହେଁ ବରଂ ବର୍ଷ ତମାମ ପନ୍ଧିବାକୁ ପଡେ ମାସ୍କ, କାହିଁକି ଜାଣନ୍ତୁ

ଟୋକିଓ: ବିଶ୍ୱରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧୀରେ ଏହା ବିଶ୍ୱର ଅଧିକାଂଶ ଦେଶକୁ ନିଜ କବଳକୁ ଆଣି ସାରିଲାଣି । ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିଲାଣି। ଏହି ମାରାତ୍ମକ ରୋଗର କୌଣସି ପ୍ରତିଷେଧକ ଏଯାଏଁ ବାହାରି ନଥିବା ବେଳେ ଏଥିରୁ ନିସ୍ତାର ପାଇବା ପାଇଁ ସତର୍କତା ଓ ସଙ୍ଗରୋଧ ହିଁ ଏକ ମାତ୍ର ଉପାୟ ସାଜିଛି ।

ସତର୍କତା ସହ ଏଭଳି ପରିସ୍ଥିତିରେ ପ୍ରାୟ ସବୁ ରାଜ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।

ଲୋକମାନେ କରୋନା ଭୂତାଣୁକୁ ଏଡାଇବା ପାଇଁ ମୁଁହରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପଡିଛି । ତେବେ କ’ଣ ଆପଣ ଜାଣନ୍ତି ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଲୋକମାନେ ବଞ୍ଚି ରହିବାକୁ ୨୪ ଘଣ୍ଟା ପାଇଁ ମାସ୍କ ପିନ୍ଧିଥାନ୍ତି ।

ଜାପାନର ମିଆକେଜିମା ଇଜୁ ଦ୍ୱୀପ। ଏଠାରେ କେବଳ କରୋନା ଭାଇରସକୁ ଏଡାଇବା ପାଇଁ ନୁହେଁ ବରଂ ବଞ୍ଚିବା ପାଇଁ ଲୋକେ ୨୪ ଘଣ୍ଟା ମାସ୍କ ପିନ୍ଧନ୍ତି । ଏଠାକାର ଲୋକମାନେ ପିନ୍ଧୁଥିବା ମାସ୍କ ଗୁଡିକ ସାଧାରଣ ମାସ୍କ ନୁହେଁ, ଏହି ମାସ୍କଗୁଡ଼ିକୁ ‘ଗ୍ୟାସ୍ ମାସ୍କ’ କୁହାଯାଏ ।

ଜାଣନ୍ତୁ କାହିଁକି ଏଠାକାର ଲୋକେ ୨୪ ଘଣ୍ଟା ପିନ୍ଧନ୍ତି ମାସ୍କ

ଆମେ କରୋନା ଠାରୁ ବଞ୍ଚିବାକୁ ମାସ୍କ ପିନ୍ଧୁଥିବା ବେଳେ ଏକ ବିଷାକ୍ତ ଗ୍ୟାସ ଦାଉରୁ ରକ୍ଷା ପାଇବାକୁ ମିଆକେଜିମା ଇଜୁ ଦ୍ୱୀପରେ ରହୁଥିବା ଲୋକମାନେ ମାସ୍କର ବ୍ୟବହାର କରୁଛନ୍ତି ।

ଏଠାକାର ବାୟୁରେ ଥିବା ବିଷାକ୍ତ ଗ୍ୟାସର ପରିମାଣ ସାଧାରଣ ସ୍ତରଠାରୁ ବହୁତ ଅଧିକ ରହିଛି ତେଣୁ ଏଠାକାର ଲୋକ ବଞ୍ଚି ରହିବା ପାଇଁ ୨୪ ଘଣ୍ଟା ମାସ୍କ ବ୍ୟବହାର କରୁଛନ୍ତି ।

Leave A Reply

Your email address will not be published.