Latest Odisha News

ବଲ୍ଲେ ବଲ୍ଲେ ଢ଼ାବା ପ୍ରସଙ୍ଗ; ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା ଦାଶ

କଟକ: ଯାଜପୁର ‘ବଲ୍ଲେ ବଲ୍ଲେ ଢ଼ାବା’କୁ ନେଇ ଏଲିନାଙ୍କ ମାମଲା ପ୍ରସଙ୍ଗ । ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ବିଜେଡି ନେତ୍ରୀ ଏଲିନା ଦାଶ । ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଏଲିନା ଦାଶ । ଗଣମାଧ୍ୟମର ତାଙ୍କ ନାଁକୁ ନେଇ ଚର୍ଚ୍ଚା ଉପରେ ରୋକ ପାଇଁ ଆବେଦନ କରିଥିଲେ ଏଲିନା ।

ସୂଚନାଯୋଗ୍ୟ, ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲ୍ଲେ ବଲ୍ଲେ ଢାବା ବେଆଇନ ଭାବେ ଚାଲିଥିବା ଦର୍ଶାଇ ଏହାର ତଦନ୍ତ କରିବାକୁ ବିଧାୟକ ହିମାଂଶୁ ଶେଖର ସାହୁ ସମୀକ୍ଷା ବୈଠକରେ ବିଡିଓଙ୍କୁ କହିଥିଲେ । ବିଡିଓ ଏହାର ତଦନ୍ତ କରିବା ସହ ଢାବାକୁ ଖାଲି କରିବାକୁ ନୋଟିସ ଜାରି କରିଥିଲେ । ଜୁନ୍ ୨୮ ତାରିଖରେ ବ୍ଲକର କର୍ମଚାରୀ ନୋଟିସ୍ ଧରି ସେଠାରେ ପହଞ୍ଚିଥିବା ବେଳେ ଢାବାଟି ବନ୍ଦ ଥିବା ଦେଖି ଲଟକା ଜାରି କରିଥିଲେ ।

ତେବେ ଆମ ଗାଁ ଆମ ବିକାଶ ଓ ଏମଜିଏନ୍‌ଆର୍‌ଇଜିଏସ୍‌ ପାଣ୍ଠିରେ ଢାବା ନିର୍ମାଣ ହୋଇଥିବାବେଳେ, ଏଥିରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ନେଇ ବିଡିଓ ସୂଚନା ଦେଇଥିଲେ ।

ହେଲେ ଏହି ଢାବା କିଏ ଚଳାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ, ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାଶଙ୍କ ନିର୍ଦ୍ଦେଶରେ ଢାବା ଚାଲୁଥିଲା ବୋଲି କୁହାଯାଉଛି । ଏଲିନାଙ୍କ ସ୍ବାମୀ ଏହି ଢାବାକୁ ଚଳାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

Comments are closed.