Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଆଉ ୨ଟି ସିରିଜ ଖେଳିବ

ନୂଆଦିଲ୍ଲୀ:ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଆଉ ୨ଟି ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ବିଚାର କରୁଛି । ଅକ୍ଟୋବର ଶେଷ ସପ୍ତାହରେ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ବିସିସିଆଇ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଆୟୋଜନ କରିବାକୁ ଚାହୁଁଛି । ଗତ ବର୍ଷ କରୋନା ମହାମାରୀ ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ବାତିଲ ହୋଇଥିଲା । ଏହି କ୍ଷତି ଭରଣା ପାଇଁ ଅକ୍ଟୋବରରେ ସିରିଜ ଆୟୋଜନ କରିବାକୁ ବିସିସିଆଇ ଚାହୁଁଛି ।

ସେହିପରି ଏସିଆକପ କ୍ରିକେଟ ଆୟୋଜନ ସମ୍ଭାବନା କ୍ଷୀଣ ହେଉଥିବାରୁ ଭାରତକୁ ଆଉ କିଛି ସମୟ ମିଳିଯିବ । ଏହାକୁ ଖେଳାଳିମାନଙ୍କ ଅଭ୍ୟାସ ପାଇଁ ଟିମ୍ ଇଣ୍ଡିଆ ବ୍ୟବହାର କରିବାକୁ ଚାହୁଁଛି । ବିଶେଷଜ୍ଞଙ୍କ ମତରେ କିନ୍ତୁ ଏହା କଲେ ଖେଳାଳିମାନଙ୍କୁ ବିଶ୍ରାମ ପାଇଁ ସମୟ ମିଳିବ ନାହିଁ । ଯାହା କି ଆଘାତ ସମସ୍ୟା ଏବଂ ପ୍ରଦର୍ଶନ ସ୍ତରରେ ସମସ୍ୟା ସୃଷ୍ଟି କରିପାରେ । ଏହି ୨ଟି ସିରିଜ ନେଇ କୌଣସି ଚୂଡାନ୍ତ ପଦକ୍ଷେପ ନିଆଯାଇ ନାହିଁ ।

Leave A Reply

Your email address will not be published.