Latest Odisha News

BREAKING NEWS

ବନ୍ଦ ହେବ ‘ଦ କପିଲ ଶର୍ମା ସୋ’, ସୁଟ ହେଲା ଚଳିତ ସିଜିନର ଶେଷ ଏପିସୋଡ୍

ମୁମ୍ବାଇ: ‘ଦ କପିଲ ଶର୍ମା ସୋ’ ଲୋକଙ୍କୁ ବହୁତ ହସାଇଛି। ଏବେ କିନ୍ତୁ ଏହି ସୋ ଶେଷ ହେବାର ସମୟ ଆସିଯାଇଛି। ସୋ’ର ଟିମ୍ ଗୁରୁବାର ଚଳିତ ସିଜିନର ଶେଷ ଏପିସୋଡ୍ ସୁଟ୍ କରିଛି। ‘ଦି କପିଲ ଶର୍ମା ସୋ’ରେ ବିନ୍ଦୁ ଭୂମିକାରେ ଅଭିନୟ କରୁଥିବା ସୁମୋନା ଚକ୍ରବର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୁଟିଂର ଶେଷ ଦିନର ଚିତ୍ର ସେୟାର କରିଛନ୍ତି।

ସୁମୋନା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଇନଷ୍ଟାରେ ସେୟାର ହୋଇଥିବା ଫଟୋରେ ସେ କ୍ରିଷ୍ଣା ଅଭିଷେକ, କିକୁ ଶାରଦା ଏବଂ ସୋ’ର ଅନ୍ୟ କ୍ରୁ ସଦସ୍ୟଙ୍କ ସହ ନଜର ଆସିଛନ୍ତି। ଏହି ଫଟୋ ସହିତ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, “ଏହା ସମାପ୍ତ ହୋଇଛି। ଆମର ସଫଳତା ପାଇଁ ରିଅଲ ଟିମ ଦାୟୀ। ଆମର କ୍ରିଏଟିଭ ଏବଂ ରାଇଟର, ଆପଣ ସମସ୍ତଙ୍କୁ ଧନ୍ୟବାଦ।” ସୁମୋନା ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବାଇଗଣୀ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ସହ ସେ ଲେଖିଛନ୍ତି ଯେ ଏଡିଓସ ସିଜିନର ଶେଷ ସ୍କ୍ରିପ୍ଟ।

ଅନ୍ୟପକ୍ଷରେ କିକୁ ଶାରଦା ସୁମୋନା ଚକ୍ରବର୍ତ୍ତୀ ଏବଂ କ୍ରିଷ୍ଣା ଅଭିଷେକଙ୍କ ସହ ସେଟ୍‌ରୁ କିଛି ମଜାଦାର ଫଟୋ ପୋଷ୍ଟ କରିଛନ୍ତି। ସମସ୍ତେ ଏକାଠି ବହୁତ ଖୁସି ଦେଖାଯାଉଥିଲେ। ଏହି ଟିମ ଅନ୍ୟ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ତିନିଜଣ ଶେଷ ଏପିସୋଡର ସୁଟିଂ ପାଇଁ ନିଜ ନିଜ ସ୍ଥାନରେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା​। ଗୋଟିଏ ଦିନ ପୂର୍ବରୁ କପିଲ ଶର୍ମା ଅର୍ଚ୍ଚନା ପୁରନ ସିଂଙ୍କ ସହ ମଜାଳିଆ ଫଟୋ ସେୟାର କରିଥିଲେ ଏବଂ କହିଥିଲେ ଯେ ନିଜ ଯାତ୍ରାରେ TKSS ର ‘ରାଣୀ’ କୁ କିପରି ମନେ ପକାଇବେ। ଏନେଇ ସେ ଲେଖିଛନ୍ତି, “ଏହି ସିଜିନର ଶେଷ ଫଟୋସୁଟ୍ ଆମର ସୋ ର ରାଣୀ ଆର୍ଚ୍ଚନା ପୁରନ ସିଙ୍ଗ୍ ଆମେ ଆପଣଙ୍କୁ ଆମେରିକାରେ ମିସ୍ କରିବୁ। ମ୍ୟାମ ଆପଣଙ୍କୁ ବହୁତ ଭଲ ପାଏ।”

ସୂଚନା ଥାଉକି, ‘କପିଲ ଶର୍ମା ସୋ’ ଜୁଲାଇର ପ୍ରଥମ ସପ୍ତାହରେ ଟେଲି ପ୍ରସାରଣ ବନ୍ଦ କରିବ। ଏହି ସୋ ପରିବର୍ତ୍ତେ ‘ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ୍’ ସୋ’ ଆରମ୍ଭ ହେବ। ଖବର ଅନୁଯାୟୀ, ଶିଳ୍ପା ଶେଟ୍ଟୀ, କିରନ୍ ଖେର ଏବଂ ବାଦଶାହ ସୋ’ର ବିଚାରପତି ଭାବରେ ଫେରିବେ। ଏହାକୁ ଅର୍ଜୁନ ବିଜଲାନି ଆୟୋଜନ କରିବେ। ଆମେରିକାରେ TKSS ର ପ୍ରଥମ ସୋ ଜୁଲାଇ ୮ ରେ ରହିଛି। କପିଲ ଶର୍ମା ସୋ’ର ଷ୍ଟାରକାଷ୍ଟ ଖୁବ୍ ଶୀଘ୍ର ଆମେରିକା ଯାତ୍ରା ପାଇଁ ବାହାରିବେ। ଅର୍ଚ୍ଚନା ପୁରନ ସିଂଙ୍କ ବ୍ୟତୀତ କ୍ରିଷ୍ଣା ଅଭିଷେକ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ ନାହିଁ। ଯଦିଓ ସେ ପରେ ଯୋଗଦେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.