Latest Odisha News

BREAKING NEWS

ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭଜନ ସମାରୋହ

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତରଫରୁ ବିବିଧ କାର୍ଯ୍ୟକ୍ରମ ଆୟୋଜ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗୁଣ୍ଡିଚାବାଡ଼ି ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି
। ଏହି ଉପଲକ୍ଷେ ପ୍ରଥମ ଭଜନ ସନ୍ଧ୍ୟାରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ଗାୟିକା ଶାନ୍ତିଲତା ଛୋଟରାୟ, ମନ୍ମଥ ମିଶ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲେ । ବାହୁଡ଼ା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଭଜନ କାର୍ଯ୍ୟକ୍ରମରେ ପ୍ରତ୍ୟହ ବିଭିନ୍ନ ସଂଗୀତ ଅନୁଷ୍ଠାନର ପରିଚାଳନାରେ ଓଡ଼ିଶାର ଭଜନ ଓ ଆଧ୍ୟାତ୍ମିକ ସଂଗୀତ ଜଗତର ଖ୍ୟାତନାମା କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିବେ ।

ସେହିପରି ପୁରୀର ଅନ୍ୟ ୯ଟି ସ୍ଥାନ ଯଥା-ଜଗନ୍ନାଥ ବଲ୍ଲଭ ମଠ, ବଡ଼ଶଙ୍ଖ, ବଳଗଣ୍ଡି, ରେଲେୱ ଷ୍ଟେସନ୍, ସୁବାସ ବୋଷ ଛକ, ଦିଗବାରେଣୀ, ପାନ୍ଥଭବନ, ତାଳବଣିଆ, ମାଳତୀପାଟପୁରଠାରେ ଥିବା ସୂଚନା କେନ୍ଦ୍ରଗୁଡ଼ିକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟହ ସ୍ଥାନୀୟ କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପାଲା, ଦାସକାଠିଆ, ଘୋଡ଼ାନାଚ, ସଂକୀର୍ତ୍ତନ ଆଦି ପରିବେଷଣ କରାଯାଉଛି, ଯାହାକୁ ଦେଖିବା ନିମନ୍ତେ ପ୍ରବଳ ଜନଗହଳି ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.