Latest Odisha News

BREAKING NEWS

ଖୁବ୍‌ଶୀଘ୍ର ବନ୍ଦ ହେବ ‘କପିଲ ଶର୍ମା ଶୋ’: କାରଣ କ’ଣ ଜାଣନ୍ତୁ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ ‘କପିଲ ଶର୍ମା ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏହାକୁ ସାମୟିକ ଭାବେ ବନ୍ଦ ରଖାଯିବ । କାରଣ କପିଲ ତାଙ୍କ ପରିବାର ସହିତ କିଛି ସମୟ ଛୁଟି କଟାଇବାକୁ ବିଦେଶ ଯିବାର ଅଛି । ତେଣୁ ସେ କିଛି ମାସ ବିରତି ନେବାକୁ ଚାହୁଁଛନ୍ତି । ଏହି ସମୟରେ ନିର୍ମାତାମାନେ ଶୋ ଏବଂ କିଛି କାଷ୍ଟରେ ପରିବର୍ତ୍ତନ ଆଣିବାର ସୁଯୋଗ ପାଇବେ । ଏହା କେବେ ବନ୍ଦ ହେବ ତାର ନିର୍ଦ୍ଧିଷ୍ଟ ତାରିଖ ଜଣାପଡ଼ିନାହିଁ ।

ଛୋଟ ପରଦାରେ ପ୍ରସାରିତ ରିଅଲିଟି ଶୋ ଭିତରୁ କପିଲ ଶର୍ମା ଶୋ ବେଶ୍ ଲୋକପ୍ରିୟ । ଏହି ଶୋରେ ହାସ୍ୟ ଅଭିନେତା କପିଲ ଶର୍ମା ସେଲିବ୍ରିଟିଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହସି ହସି ବେଦମ୍ କରିଥାନ୍ତି । ଏହାକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି । ବଲିଉଡ଼ର ଫିଲ୍ମ ହେଉ ବା ଧାରାବାହିକ ପ୍ରମୋସନର କରିବାର ଏହି ଶୋ ଏବେ ବଡ଼ ପ୍ଲାଟଫର୍ମ ପାଲଟିଛି ।

Comments are closed.