Latest Odisha News

BREAKING NEWS

ପୁଟିନଙ୍କ ବିଶ୍ୱସ୍ତ ଅଧିକାରୀମାନେ ହିଁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି: ଆମେରିକା ଲିକ ଦସ୍ତାବିଜରୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ:ଆମେରିକାର ଗୁପ୍ତ ଦସ୍ତାବିଜ ଲିକ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏମିତି ଏକ ସିକ୍ରେଟ ପୁଟିନଙ୍କୁ ନେଇଆସିଛି । ଏହି ତଥ୍ୟରୁ ଜଣାଯାଇଛି, ରୁଷ ରାଷ୍ଟ୍ରପତିଙ୍କର ନିକଟତର ଲୋକମାନେ ତାଙ୍କୁ ଧୋକା ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଲିକ ଦସ୍ତାବିଜରୁ ଜଣାଯାଇଛି, ରୁଷର ଚିଫ ଅଫ ଜେନରାଲ ଷ୍ଟାଫ ବେଲେରୀ ଗେରାସିମୋବ ଏବଂ ରୁଷର ସୁରକ୍ଷା ପରିଷଦ ସଚିବ ନିକୋଲାଇ ପେତ୍ରୁଶେବ ପୁଟିନଙ୍କ ବିରୋଧରେ ଷଡଯନ୍ତ୍ର ପ୍ରସ୍ତୁତ କରୁଛନ୍ତି । ଏହି ଦସ୍ତାବିଜରୁ ଏକଥା ମଧ୍ୟ ଜାଣିବାକୁ ମିଳୁଛି ଯେ, ପୁଟିନ କିଛି ଗମ୍ଭୀର ରୋଗରେ ପୀଡିତ । ଗତ କିଚି ଦିନ ହେବ ପୁଟିନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅନେକ ଦିନରୁ ଶୁଣିବାକୁ ମିଳୁଥିଲା । ହେଲେ ଏ ନେଇ ସରକାରୀ ସୂତ୍ରରୁ କିଛି କୁହଯାଇ  ନ ଥିଲା ।

ଏଠି କହିରଖିବୁ, ଗୁପ୍ତ ଦସ୍ତାବିଜ ଲିକ ହେବା ପରେ ଆମେରିକା ଯଥେଷ୍ଟ ବେଇଜ୍ଜତ ହେଲାଣି । ଏହି ଦସ୍ତାବିଜରୁ ଏକଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଆମେରିକା ନିଜ ମିତ୍ର ଦେଶରେ ଗୁପ୍ତଚରଗିରି କରୁଛି । ଏହା ବ୍ୟତୀତ ୟୁ୍କ୍ରେନ ସମ୍ବନ୍ଧିତ ଅନେକ ଗୁପ୍ତ ତଥ୍ୟ ସାର୍ବଜନୀନ ହୋଇଯାଇଛି ।

ଲିକ ଦସ୍ତାବିଜ  ସମ୍ପର୍କିତ ଖବର ନ୍ୟୁୟର୍କ ଟାଇମ୍ସରେ ଏପ୍ରିଲ ୬ ତାରିଖରେ ପ୍ରକାଶ ପାଇବା ପରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ହେଲେ ଏହି ଦସ୍ତାବିଜ ମାର୍ଚ୍ଚ କିମ୍ବା ଜାନୁଆରୀରୁ ଲିକ ହୋଇଥିବା ନେଇ ସାମ୍ବାଦିକମାନଙ୍କୁ ଖବର ମିଳିଛି ।

ସୂଚନାଥାଉ କି, ଏହି ଦସ୍ତାବିଜ ଲିକ ଘଟଣାରେ ଏଫବିଆଇ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କ ନାଁ ଜ୍ୟେକ ଡଗଲସ ।

Leave A Reply

Your email address will not be published.