Latest Odisha News

BREAKING NEWS

ସ୍ଲିପର୍ ହିଟ୍ ସାବ୍ୟସ୍ତ “ଦ କଶ୍ମୀର ଫାଇଲ୍ସ”, ଜାଣନ୍ତୁ କେତେ କଲା ଇନକମ୍ ?

ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଏହି ଫିଲ୍ମ ଏତେଟା ଭଲ ବ୍ୟବସାୟ କରିନଥିଲା

ମୁମ୍ବାଇ: ବାଦ ବିବାଦକୁ ବାଦ୍ ଦେଇ ପୁଣି ଏକ ରେକର୍ଡ କରିଛି ଫିଲ୍ମ ଦ କଶ୍ମୀର ଫାଇଲ୍ସ । ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ଆଧାରିତ ଏହି ଫିଲ୍ମଟି ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଛି ।

କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ବିଳମ୍ବରେ ହୋଇଥିଲେ ହେଁ ଖୋଲିଥିଲା ସିନେମା ହଲ୍ । ତେବେ କରୋନା ମହାମାରୀ ପରେ ପ୍ରଥମ ଫିଲ୍ମ ଭାବେ ବିବେକ ଅଗ୍ନୀହେତ୍ରୀଙ୍କ ଏହି ଫିଲ୍ମ ୨୫୦ କୋଟି ଟଙ୍କା ଇନକମ୍ କରିବାରେ ସଫଳ ହୋଇଛି ।

ଅନୁପମ୍ ଖେର, ମିଥୁନ୍ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ ଓ ଦର୍ଶନ କୁମାରଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଏହି ଫିଲ୍ମ ଏତେଟା ଭଲ ବ୍ୟବସାୟ କରିନଥିଲା । ହେଲେ ବିବାଦ ଓ ଲୋକଙ୍କ ତୁଣ୍ଡ ଚର୍ଚ୍ଚା ଏହି ଫିଲ୍ମକୁ ମାଇଲେଜ୍ ଦେଇଥିଲା । ଫଳରେ ବକ୍ସ ଅଫିସରେ ଏହି ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଥିଲା ।

Leave A Reply

Your email address will not be published.