ମୁମ୍ବାଇ : ବଲିଉଡ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ର ଟ୍ରେଲର ରିଲିଜ ହୋଇଯାଇଛି ।ଏହି ଟ୍ରେଲରଟିକୁ ଫ୍ୟାନ ମାନଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି ।ଏହି ମୁଭିର ନିର୍ଦ୍ଦେଶନା ବିବେକ ଅଗ୍ନିହୋତ୍ରୀ ଦେଇଛନ୍ତି । ସତ୍ୟଚିତ୍ର ଉପରେ ଆଧାରିତ ଏହି ମୁଭିରେ କଶ୍ମୀର ପଣ୍ଡିତଙ୍କ ସଙ୍ଘର୍ଷମୟ ଜୀବନ କାହାଣୀ ଦେଖିବାକୁ ପାଇବେ ଦର୍ଶକ । ୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ହତ୍ୟା ବିଷୟରେ ଆଧାରିତ କଶ୍ମୀର ନରସଂହାର ଉପରେ ଆଧାରିତ ଏହି ଫିଲ୍ମଟି ।
ଏହି ଟ୍ରଲରେ କଶ୍ମୀର ଆତଙ୍କର ଭୟାନକ ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକ । ଏହି ମୁଭିରେ ପଲ୍ଲବୀ ଯୋଶୀ, ପ୍ରକାଶ ବେଲାବଡୀ,ଅନୁପମ ଖେର , ମିଥୁନ ଚକ୍ରବର୍ତ୍ତୀ , ଦର୍ଶନ କୁମାର, ଭାଷା ସୁବଲୀ ,ଚିନ୍ମୟ ମଣ୍ଡେଲକର , ପୁନିତ ଇସ୍ପର , ମୃଣାଳ କୁଲକର୍ଣ୍ଣୀ, ଅତୁଲ ଶ୍ରୀବାସ୍ତବ ଓ ପୃଥ୍ୱୀରାଜ ସରନାଇକ ପ୍ରମୁଖ କଳାକାର ନଜର ଆସିବେ । ଏହି ମୁଭିରେ ଅନପମ ଖେର କଶ୍ମୀର ପଣ୍ଡିତ ପୁଷ୍କର ନାଥ ଭୂମିକାରେ ନଜର ଆସିବେ।
କଶ୍ମୀର ନରସଂହାରକୁ ଲୋକଙ୍କ ଆଗକୁ ଆଣିବା ଏତେ ସହଜ କଥା ନୁହେଁ ବୋଲି ମୁଭିର ନିର୍ଦ୍ଦେଶକ କହିଛନ୍ତି । ମୁଭି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଉପରେ ଆଧାରିତ ଅଟେ । ଭାରତୀୟ ଇତିହାସର ଅନେକ ଘଟଣା ଏହି ମୁଭିରେ ଦେଖିବାକୁ ପାଇବେ ଦର୍ଶକ । ଏହି ମୁଭିଟି ମାର୍ଚ୍ଚ ୧୧ରେ ରିଲିଜ ହେବ ।
Comments are closed.