Latest Odisha News

BREAKING NEWS

ବିରୋଧ ସତ୍ତ୍ୱେ ଭଲ ବ୍ୟବସାୟ କରୁଛି ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମଟି ଏତେ ବିରୋଧ ସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମର ଚତୁର୍ଥ ଦିନର କଲେକ୍ସନ ନିକଟରେ ରିଲିଜ୍ ହୋଇଥିବା ସଲମାନ ଖାନ୍‌ଙ୍କ ‘କିସି କା ଭାଇ କିସି କି ଜାନ’କୁ ପଛରେ ପକାଇ ଦେଇଛି । ଖୁବଶୀଘ୍ର କଲେକ୍ସନରେ ନୂଆ ରେକର୍ଡ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରୁଛି ।

ଧର୍ମ ପରିବର୍ତ୍ତନକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ ହେବା ପରଠାରୁ ହିଁ ବିରୋଧ ଆରମ୍ଭ ହୋଇଯାଇଛି । ଫିଲ୍ମକୁ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ବ୍ୟାନ କରାଯାଇଥିବା ବେଳେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି । ଚତୁର୍ଥ ଦିନରେ ଫିଲ୍ମ ‘ଦ କେରଲା ଷ୍ଟୋରି’ ୪୫ କୋଟିରୁ ଅଧିକ ଆୟ କରିଛି । ଏଥିରୁ ଅନୁମାନ କରାଯାଉଛି କି ଏହା ଖୁବଶୀଘ୍ର ୫୦ କୋଟିରେ ପହଞ୍ଚିଯିବ ।

ଫିଲ୍ମରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ସିନେମା ହଲରେ ରେକର୍ଡ କରିବା ପଥରେ ଅଗ୍ରସର ହେଉଛି ।

Comments are closed.