ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି । ଯାହା ଆମ ପାଇଁ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ ଘଟଣାର ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା । ଏମିତିକି କିଛି ରହସମୟ ଖବର ନେଇ ଜାଣିବା ତାଞ୍ଜାନିଆର ହ୍ରଦ ଉପରେ ।
ଉତ୍ତର ତାଞ୍ଜାନିଆର ଏକ ରହସ୍ୟମୟୀ ହ୍ରଦ । ଯେଉଁ ହ୍ରଦର ପାଣିକୁ ଛୁଇଁଲେ ପଥର ପାଲଟି ଯାଉଛନ୍ତି ମଣିଷ । କେବଳ ଯେ ମଣିଷ ନୁହେଁ ସମସ୍ତ ପ୍ରକାରର ଜୀବଜନ୍ତୁ ସହ ପକ୍ଷୀ ଓ ପତଙ୍ଗ ବି ବାଦ୍ ପଡୁ ନାହାନ୍ତି । ହ୍ରଦର ଆଖପାଖରେ ବି କୌଣସି ଜନବସତିର ଚିହ୍ନବର୍ଣ୍ଣ ବି ନାହିଁ । ଏହି ବିପଦ ହ୍ରଦ ନିକଟରେ ପଡିଛି ମାଳ ମାଳ ପଥର ସବୁ । ତା ପୁଣି ବିଭିନ୍ନ ଜୀବଜନ୍ତୁଙ୍କର । ଏହାକୁ ନେଟ୍ରନ୍ ହ୍ରଦ ବୋଲି ମଧ୍ୟ କୁହାଯାଏ । । ଯାହାକି ଭୌତିକ ଶକ୍ତି ସହିତ ଜଡିତ ବୋଲି ବିଶ୍ୱାସ ରହିଛି । କେହି ଲୋକ ତାକୁ ଅଭିଶପ୍ତ ବୋଲି ମଧ୍ୟ କହିଥାନ୍ତି ।
ସେଠାରେ ଯେଉଁ କିଛି ବସତି ଥିଲା ତାହା ବି ନାହିଁ । ଲୋକେ ଭୟରେ ସ୍ଥାନ ଛାଡି ଅନ୍ୟ ଆଡେ ବସତି ସ୍ଥାପନ କରୁଛନ୍ତି । ହ୍ରଦ ଖୁବ ବିପଦଜନକ ହୋଇଥିବା ବେଳେ ଏହାର ତାପମାତ୍ରା ବେଳେ ବେଳେ ୬୦ ଡିଗ୍ରୀ ହୋଇଯାଏ ।
ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ପାଣିରେ ସୋଡିୟମ କାର୍ବୋନେଟର ମାତ୍ରା ଅଧିକ । ତା ସହିତ ପାଣିରେ ସମାନ ମାତ୍ରାରେ ରହିଛି ଆଲକାଲିନ୍ ଓ ଏମୋନିଆ । ଯେଉଁ କାରଣରୁ ପଶୁପକ୍ଷୀଙ୍କ ମୁୃତ୍ୟୁ ପରେ ବି ତାଙ୍କର ଶରୀର ବର୍ଷ ବର୍ଷ ଧରି ସେମିତି ସୁରକ୍ଷିତ ରହିଥାଏ । ଖାଲି ସେତିକି ନୁହେଁ ଏଥିରେ ପ୍ରଚୁର ପରିମାଣର କାର୍ବନ ଡାଇଅକ୍ସାଇଡ ଓ ମିଥେନ୍ ବି ରହିଛି । ଯାହାକି ଭୂକମ୍ପ ସମୟରେ ବିସ୍ଫୋରଣ ଘଟାଇବାର ବି ସମ୍ଭାବନା ରହିଛି
ଏବେ ବି ସେହି ହ୍ରଦ ନିକଟକୁ ଯିବାକୁ ଭୟ କରୁଛନ୍ତି । ଏବେ ବି ହ୍ରଦ ନିକଟକୁ ଗଲେ ପଥର ହୋଇଯିବା ସୁନିଶ୍ଚିତ । ହେଲେ ଏନେଇ ବୈଜ୍ଞାନିକ କାରଣ ରହିଛି ନା ଏହା ଏକ ଅଭିଶପ୍ତ ହ୍ରଦ । ନା ହ୍ରଦ ନେଇ ରହିଛି ଆଉ କିଛି ରହସ୍ୟ । ଯାହାକି ଆମ ଜ୍ଞତସାର ବାହାରେ.. ..
BREAKING NEWS
- ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
- କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ
- ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ
- ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ
- ଇରାନୀ କପ୍: ଜାମ୍ମୁ-କାଶ୍ମୀରକୁ ହରାଇ ଚାମ୍ପିୟନ୍ ହେଲା ରେଷ୍ଟ ଅଫ୍ ଇଣ୍ଡିଆ
- ନୟାପଲ୍ଲୀ ଦୁଷ୍କର୍ମ ଘଟଣା:ମୁଖ୍ୟଅଭିଯୁକ୍ତଙ୍କ ୨ ସହଯୋଗୀ ଗିରଫ
- India summons Pak: ପାକିସ୍ତାନରୁ ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ;ପାକ୍ ହାଇକମିଶନଙ୍କୁ ସମନ୍
- ୭ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ
- Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା, ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୭୭ କୋଟି ପାର୍

Comments are closed.