ପୁରୀ: ଶ୍ରୀଲୋକନାଥ ଦେବଙ୍କ ପବିତ୍ର ପୀଠରେ ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରେ ପ୍ରଜ୍ବଳିତ ହେଲା ପଞ୍ଚଦଶତମ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ । ସନ୍ଧ୍ୟାରେ ଶ୍ରୀଲୋକନାଥଙ୍କ ଗମ୍ଭିରାରୁ ଦ୍ଵୀପ ଆସି ଏହି ବୃହତ୍ ଦୀପ ପ୍ରଜ୍ବଳନ କରାଯାଇଥିଲା । ଉତ୍ସବରେ ପ୍ରାକ୍ତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ରାମ ଚନ୍ଦ୍ର ଦାସ ମହାପାତ୍ର ଏବଂ ଅତିରିକ୍ତ ଏସପି ସୁଶିଲ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ ।
ପୂର୍ବରୁ ଏହି ବୃହତ୍ ଦୀପ ମାଟିରେ ପ୍ରସ୍ତୁତ କରାଯାଉଥିବା ବେଳେ ଗତବର୍ଷ ଠାରୁ ଅଷ୍ଟଧାତୁରେ ନିର୍ମିତ ହୋଇଛି । ପ୍ରାୟ ୬ଫୁଟ୍ ଲମ୍ବ, ୪ଫୁଟ୍ ଓସାର ଏବଂ ୩ଫୁଟ୍ ଗଭୀର ଏହି ଦୀପରେ ଏକାଥରେ ଦେଢ଼ କୁଇଣ୍ଟ।ଲ୍ ଭଲ ଘିଅ ଜଳା ଯିବ । ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରୁ ମହାଶିବରାତ୍ରି ଜାଗର ଦିନ ଶ୍ରୀଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ବଳିତ ହେବା ।
୬ଇଞ୍ଚ ଚଉଡ଼ା ଏବଂ ୧୦ମିଟର ଲମ୍ବ ବଳିତା ଏହି ଦ୍ଵୀପରେ ବ୍ୟବହାର କରାଯିବ । ବିଶ୍ଵଶାନ୍ତି ତଥା ଜଗତ କଲ୍ୟାଣ ପାଇଁ ଏହି ଦ୍ଵିପ ପ୍ରତ୍ୟେକ ବର୍ଷ ଶ୍ରୀ ଲୋକନାଥଙ୍କ ପୀଠ ରେ ପ୍ରଜ୍ବଳନ କରାଯାଉଥିବା ଉଦ୍ଦ୍ୟୋକ୍ତା ରାମକୃଷ୍ଣ ହୋତା କହିଛନ୍ତି ।
Comments are closed.