Latest Odisha News

BREAKING NEWS

ନୀଳ ତିମିର ହୃତପିଣ୍ଡର ଓଜନ ୧୮୧ କିଲୋ , ୩ କିଲୋମିଟର ଦୂରକୁ ଶୁଭେ ହାର୍ଟବିଟ୍‌ର ଶବ୍ଦ

କୁହାଯାଏ, ନୀଳ ତିମି ସମୁଦ୍ର ଦୁନିଆର ସବୁଠାରୁ ବଡ ଜୀବ । ବିଶ୍ୱର ଗଭୀର ସମୁଦ୍ର ଭିତରେ ଏହା ପ୍ରାୟତଃ ଦେଖାଯାଇଥାନ୍ତି । ଆକଳନ କୁହେ, ଏହି ଜୀବର ଓଜନ ପ୍ରାୟ ୧୫୦ ଟନ୍‌ରୁ ଅଧିକ । ତେବେ ଏହାର ହୃତପିଣ୍ଡର ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନୀଳ ତିମିର ହୃତପିଣ୍ଡର ଓଜନ ୧୮୧ କିଲୋ ହୋଇଥିବା ବେଳେ ସମୁଦ୍ର ଭିତରେ ଘୂରି ବୁଲୁଥିବା ସମୟରେ ପ୍ରାୟ ୩ କିଲୋମିଟର ଦୂରକୁ ଶୁଭେ ଏହାର ହାର୍ଟବିଟ୍‌ର ଶବ୍ଦ ।

ନିକଟରେ ନୀଳ ତିମିର ହୃତପିଣ୍ଡର ଏକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଶିଳ୍ପପତି ହର୍ଷ ଗୋଏଙ୍କା । ଯେଉଁଥିରେ ନୀଳ ତିମିର ସଂରକ୍ଷିତ ହୃତପିଣ୍ଡ ଦୃଶ୍ୟମାନ ହେଉଛି । ଏହି ହୃତପିଣ୍ଡର ଓଜନ ୧୮୧ କିଲୋ ହୋଇଥିବାବେଳେ ଏହାର ଲମ୍ବ ୪.୯ ଫୁଟ ଓ ଚଉଡ଼ା ୩.୯ ଫୁଟ ହୋଇଥାଏ । ଏହାର ହୃଦସ୍ପନ୍ଦନ ୩.୨ କିଲୋମିଟର ଦୂରରୁ ଶୁଣିବାକୁ ମିଳେ ।
ନ୍ୟାସନାଲ ୱାଇଲ୍ଡ ଲାଇଫ ଫେଡେରେଶନର ରିପୋର୍ଟ ଅନୁଯାୟୀ, ଗୋଟେ ପ୍ରାପ୍ତ ବୟସ୍କ ନୀଳ ତିମିର ଲମ୍ବ ୧୧୦ ଫୁଟ ହେବା ସହିତ ଓଜନ ୧୫୦ ଟନରୁ ଅଧିକ ହୋଇଥାନ୍ତି ।

Leave A Reply

Your email address will not be published.