Latest Odisha News

BREAKING NEWS

ୟୁକ୍ରେନର ଲୁହାନସ୍କ ଅଞ୍ଚଳକୁ ସମ୍ପୁର୍ଣ୍ଣ ଅକ୍ତିଆରକୁ ନେଲା ଋଷ ସେନା

ୟୁକ୍ରେନ  : ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଂଚଳକୁ କବଜାକୁ ନେଉଥିବା ପୁଟିନ୍ ସେନା ପୂର୍ବ ୟୁକ୍ରେନର ଲୁହାନସ୍କ ଅଂଚଳକୁ ନିଜ ଅକ୍ତିଆରକୁ ନେଇଛି । ଲୁହାନସ୍କ ଅଂଚଳରେ ବିଜୟ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷ ସେନା ଲୁହାନସ୍କ ଅଂଚଳକୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ନେଇ ଋଷ ପଅତିରକ୍ଷା ମନ୍ତ୍ରୀ ସରଗେୟି ସୋଇଗୁ ପୁଟିନଙ୍କ ସୂଚନା ଦେବା ପରେ ପୁଟିନ୍ ବିଜୟ ଘୋଷଣା କରିଛନ୍ତି ।

ଋଷ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଲୁହାନସ୍କ ଅଂଚଳରେ ଥିବା ଶେଷ ସହର ଲିସିଚାନସ୍କକୁ ଦଖଲ କରିବା ସହ ସେଠାରେ ଅପରେସନ୍ ଶେଷ ହୋଇଛି । ବିଜୟୀ ହୋଇଥିବା ସେନାବାହୀନିକୁ ପୁଟିନ୍ ବିଶ୍ରାମ ନେବାକୁ କହିଛନ୍ତି ପୁଟିନ୍ । ତେବେ ଲୁହାନସ୍କ ଦଖଲ କରିବା ପରେ ପୁଟିନ୍ ସେନା ପୂବ ୟୁକ୍ରେନରେ ଆକ୍ରମଣକୁ ଆହୁରୀ ଜୋରଦାର କରିଛି । ୟୁକ୍ରେନ ସେନା ବାହୀନୀ ଲିସିଚାନସ୍କରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରିଥିବା ନେଇ ସ୍ପଷ୍ଟ କରିଛି ।

ଏବେ ଋଷ ଡୋନବାସର ଦ୍ୱିତୀୟ ପ୍ରଦେଶ ଡୋନେସ୍କୁ ଅଧା ନିୟନ୍ତ୍ରଣ କରି ସାରିଛି । ଋଷ ସେନା ଏବେ ସ୍ଲୋଭିଆନସ୍କ ଏବଂ କ୍ରାମାଟର୍ସ୍କରେ ଆକ୍ରମଣ ଜୋରଦାର କରିଛି । ରବିବାର ଏଠାରେ ଗୁଳି ମାଡରେ ଜଣେ ୯ ବର୍ଷର ଶିଶୁଙ୍କୁ ସମେତ ୬ ଜଣଙ୍କର ମୃତୁୃ୍ୟନ ହୋଇଛି । ପୁଟିନ ସେନା ଏବେ ଡୋନାବାସ ଅଂଚଳକୁ ସମ୍ପୁର୍ଣ୍ଣ ଅକ୍ତିଆରକୁ ନେବାକୁ ଅଗ୍ରସର ହେଉଛି ।

Leave A Reply

Your email address will not be published.