ବାଲେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମମତା ସରକାରଙ୍କ ଉପରେ ବର୍ଷିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହି ଘଟଣା ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି । ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ବଡ଼ ଉଦବେଗଜନକ ।
ସେ ଆହୁରି କହିଛନ୍ତି ଯେ, ପଶ୍ଚିମବଙ୍ଗ ଏବେ ଆତଙ୍କବାଦୀ ଏବଂ ଅନୁପ୍ରବେଶକାରୀ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ସରକାରୀ ପ୍ରୋତ୍ସାହନରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରହିଛି । ଆଉ ସେହି ଆତଙ୍କବାଦୀଙ୍କ ପ୍ରତି ସମ୍ବେଦନଶୀଳ ଏବଂ କରୁଣାପରାୟଣ ଅଛନ୍ତି ପଶ୍ଚିମବଙ୍ଗ ସରକାର ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ । ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ । ପଶ୍ଚିମବଙ୍ଗ ସରକାର ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ଏବଂ କଠୋର ଶାସ୍ତି ପ୍ରଦାନ କରନ୍ତୁ । ମୁଁ ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରିଛି ତାଙ୍କ ସ୍ବାସ୍ଥ ବିଷୟରେ ପଚାରି ବୁଝିଛି । ସେ ସେଇଠାରେ ଚିକିତ୍ସିତ ହେବେ ସୁସ୍ଥ ହେବା ପରେ ଓଡିଶା ଫେରିବେ ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।
Comments are closed.