Latest Odisha News

BREAKING NEWS

କ୍ୱାରେଣ୍ଟାଇନ୍ ସେଣ୍ଟରର ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପାଇଁ ପୃଥକବାସର ଗାଇଡ଼ ଲାଇନ ପ୍ରସଙ୍ଗ। କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରସ୍ତୁତ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ସେ କହିଛନ୍ତ ଯେ, କଳାହାଣ୍ଡି ଜିଲ୍ଲାରେ ଯେଉଁ ସ୍କୁଲ ଘରେ ବ୍ୟବସ୍ଥା ହୋଇଛି ସେଠି ଲାଟିନ ବ୍ୟବସ୍ଥା ନାହିଁ। ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଯେଉଁମାନେ ରହିବେ କେଉଁଠି ଗାଧେଇବେ? ଆଜିଠାରୁ ଅସ୍ଥାୟୀ ଭାବେ ତିଆରି କଲେ ବି ସରିବନି ବୋଲି ସେ କହିଛନ୍ତି ।

ସେହିପରି କାହାରି ପାଖରେ ତଥ୍ୟ ନାହିଁ କେତେ ଶ୍ରମିକ ବାହାର ରାଜ୍ୟରୁ ଫେରିବେ। କାହିଁକି ନା କଳାହାଣ୍ଡି ,ବଲାଙ୍ଗୀର ପରି ଅନେକ ଜିଲ୍ଲାରୁ ଶ୍ରମିକ ଲୁଚି ଲୁଚି ଯାଇ କାମ କରୁଛନ୍ତି । ସରକାର କହୁଛନ୍ତି ୫ ଲକ୍ଷ, ତାଙ୍କ ପୂର୍ବତନ ସାଂସଦ କହୁଛନ୍ତି ୧୦ ଲକ୍ଷ, କିନ୍ତୁ ଆସିପାରନ୍ତି ୧୨ ଲକ୍ଷ । ଏତେ ସଂଖ୍ୟକ ଶ୍ରମିକ ଓ ପ୍ରବାସୀ ଆସିଲେ ରହିବେ କୋଉଠିବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।

ଯାହାକୁ ବି ଆଣିବେ ଟେଷ୍ଟ କରି ଆଣନ୍ତୁ, ନ ହେଲେ ରାଜ୍ୟ ପାଇଁ ବିପଦବଢ଼ିପାରେ । ଅନ୍ୟ ରାଜ୍ୟରେ ଫସିଥିବା ଛାତ୍ର ଛାତ୍ରୀ ଓ ତୀର୍ଥ ଯାତ୍ରୀଙ୍କ ସଂଖ୍ୟା ବି ଆକଳନ ଠାରୁ ଢେର ଅଧିକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

Comments are closed.