Latest Odisha News

BREAKING NEWS

ସୋରରେ ବ୍ୟାଙ୍କ ଓ ଲଜ୍‌କୁ ସିଲ୍ କଲା ପ୍ରଶାସନ

ବାଲେଶ୍ୱର: ସୋର ଅଡଙ୍ଗ ବଜାର ସ୍ଥିତ ୟୁକୋ ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ । ଏଠାକାର ଜଣେ କର୍ମଚାରୀ ନେଳିଆବାଗ୍‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ଘରେ ଭଡାରେ ରହୁଥିଲେ । ତେଣୁ ବ୍ୟାଙ୍କକୁ ସିଲ୍ କରାଯିବା ସହ ଏଠାରେ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ସୋରରେ ଥିବା ଏକ ଲଜକୁ ମଧ୍ୟ ସିଲ୍ କରାଯାଇଛି । ବ୍ୟାଙ୍କର ସେହି କର୍ମଚାରୀ ଜଣଙ୍କ କୌଣସି କାମରେ ଯାଇଥିବା ବେଳେ ସେ ସୋରରେ ଏକ ଲଜରେ ରହିଥିଲେ । ତେଣୁ ସେହି ଲଜକୁ ମଧ୍ୟ ସିଲ୍ କରିଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ନେଳିଆବାଗ୍ ଅଂଚଳରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.