Latest Odisha News

BREAKING NEWS

ଅତରଂଗୀରେ ଫିଲ୍ମର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଅତରଂଗୀରେ ଫିଲ୍ମର ଆଜି ଫାଷ୍ଟ ଲୁକ ଜାରୀ ହୋଇଛି । ସିନେମା ହଲ ବଦଳରେ ଏହାକୁ ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ କରାଯିବ । ଆନନ୍ଦ ଏଲ ରାୟଙ୍କ ଏହି ଫିଲ୍ମରେ ସାଉଥ ଷ୍ଟାର ଧନୁଷ, ସାରା ଅଲୀ ଖାଁ ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଫିଲ୍ମର ଅଫିସିଆଲ ଟ୍ରେଲର ୨୪ ନଭେମ୍ବରରେ ରିଲିଜ ହେବ । ସାରା ଅଲୀ ଖାଁ ସୋସିଆଲ ସାଇଟରେ ଫିଲ୍ମର ଫଟୋ ଶେୟାର କରିବା ସହ ମୂଖ୍ୟ ଅଭିନେତାଙ୍କ ପରିଚୟ କରାଇଥିଲେ ।

ଅତରଂଙ୍ଗୀରେ ଫିଲ୍ମର ସଙ୍ଗୀତ ଏଆର ରହେମାନ ପ୍ରସ୍ତୁତ କରିଛନ୍ତି । ହିଂମାଶୁ ଶର୍ମା ଏହାର କାହାଣୀ ଲେଖିଥିବା ବେଳେ ଟିସିରିଜ, କଲର ୟେଲୋ ପ୍ରଡକ୍ସନ ଓ କ୍ୟାପ ଅଫ ଗୁଡ ଫିଲ୍ମ ମିଳିତ ଭାବେ ଏହାକୁ ପ୍ରଡ୍ୟୁସ କରିଛନ୍ତି ।

Leave A Reply

Your email address will not be published.