ଗଞ୍ଜାମ: ସୋମବାର ଗଂଜାମରେ ହେବାକୁ ଥିବା ମେରୁ ଯାତ୍ରାକୁ ବନ୍ଦ କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଯାତ୍ରା ପାଇଁ କେହି ମଧ୍ୟ ଘରୁ ବାହାରିବେ ନାହିଁ ।
କରୋନା ମହାମାରୀ ମୁକାବିଲା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ । ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯିବ ନାହିଁ। କେବଳ ପୂଜକ ମନ୍ଦିରକୁ ଯାଇ ପୂଜା କରିବେ। ଯେଉଁ ଭକ୍ତମାନେ ଏହି ୧୩ଦିନର ଦଣ୍ଡ ଯାତ୍ରାର ନିୟମ ପାଳନ କରି ରହିଥିଲେ ସେମାନେ ଭୋରରୁ ଆସି ମନ୍ଦିର ନିକଟରେ ନଡ଼ିଆ ଭୋଗ କରି ନୀତି ପାଳନ କରିପାରିବେ।
ଲକ୍ ଡାଉନ୍କୁ ଗଞ୍ଜାମବାସୀ ପାଳନ କରନ୍ତୁ। ଏହାକୁ ଯଦି କେହି ଭାଙ୍ଗନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ କରୋନାପାଇଁ ମା ତାରାତାରିଣୀଙ୍କ ଚଇତି ଯାତ୍ରା ଓ ଦଣ୍ଡ ଯାତ୍ରାକୁ ବନ୍ଦ କରାଯାଇଥିଲା।
BREAKING NEWS
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ

Comments are closed.