ଭୁବନେଶ୍ୱର: ପୁଣି ମୋ ବସ୍ରେ ମାତିଲେ ଲୁଟେରା। ଏଥର ବରିଷ୍ଠ ନାଗରିକ ହେଲେ ଚୋରିର ଶିକାର। ଚିକିତ୍ସା ପାଇଁ ଗାଆଁରୁ ଆସିଥିଲେ ରାଜଧାନୀକୁ। ୧୧ ନମ୍ବର ବସରୁ ହେଲା ଚୋରି। ଭିଡ଼ ଭିତରେ ବସ୍ ଭିତରୁ କାଇଦାରେ ଚୋରି ନେଇଗଲେ ବ୍ୟାଗ୍। ବ୍ୟାଗରେ ଥିଲା ୫ହଜାର ଟଙ୍କା ମେଡ଼ିସିନ୍ ଓ ମେଡିକାଲ କାଗଜପତ୍ର। ଆଚାର୍ଯ୍ୟ ବିହାରରୁ ରାମ ମନ୍ଦିର ମଧ୍ୟରେ ଘଟିଛି ଏହି ଘଟଣା। ପରେ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କଲେ ବୃଦ୍ଧ ଦମ୍ପତି।
ସୂଚନା ଅନୁସାରେ ଜଗତସିଂପୁର ଜିଲ୍ଲାରୁ ମେଡିକାଲ ଚିକିତ୍ସା ପାଇଁ ଆସିଥିବା ବୃଦ୍ଧ ଦମ୍ପତି ଚୋରିର ଶିକାର ହୋଇଛନ୍ତି। ରାଜଧାନୀକୁ ଚିକିତ୍ସା ନିମନ୍ତେ ଆସିଥିବା ସୁଦର୍ଶନ ରାଉତ ଏବଂ ସ୍ନେହଲତା ରାଉତ ୧୧ ନମ୍ବର ବସ ଯୋଗେ ଯାତ୍ରା କରୁଥିବା ବେଳେ ଗହଳିର ଫାଇଦା ଉଠାଇ ତାଙ୍କ ଭ୍ୟାନିଟ ବ୍ୟାଗ୍ ଛଡାଇ ନେଇଛନ୍ତି ଲୁଟେରା। ବୃଦ୍ଧ ଦମ୍ପତିଙ୍କ ପାଖରେ ଏବେ କିଛି ଟଙ୍କା ନଥିବା ବେଳେ ସେମାନେ ଖାରବେଳ ନଗର ଥାନା ଦ୍ବାରସ୍ଥ ହୋଇଛନ୍ତି।
Comments are closed.