Latest Odisha News

BREAKING NEWS

ବିଶ୍ୱକପ ଫାଇନାଲ କିଏ ଜିତିବ ଭବିଷ୍ୟବାଣୀ କଲେ କାଶୀର ଜ୍ୟୋତିଷାଚାର୍ଯ୍ୟ

ବାରଣାସୀ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ । ଏହି ମ୍ୟାଚ କିଏ ଜିତିବ ସେ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ କାଶୀର ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ସଞ୍ଜୟ ଉପାଧ୍ୟାୟ ଚାମ୍ପିୟନ ଟିମ ନେଇ ଭବିଷ୍ୟବାଣୀ କରିଛନ୍ତି । ୧୯୮୩ରେ ଭାରତ ଯେତେବେଳେ ବିଶ୍ୱକପ ଟ୍ରଫି ହାସଲ କରିଥିଲା ସେତେବେଳେ ବୃହସ୍ପତି ବିଛା ରାଶିରେ ଥିଲେ । ଏହା ପରେ ୨୦୧୧ରେ ଟିମ ଇଣ୍ଡିଆ ଚାମ୍ପିୟନ ହେବା ବେଳେ ବୃହସ୍ପତି ମେଷ ରାଶି, ରାହୁ ବିଛା ଓ ଶନି କନ୍ୟା ରାଶିରେ ଥିଲେ । ଏଥର ବି ୨୦୧୧ ପରି ଭାରତର ଭାଗ୍ୟ ରହିଛି । ବୃହସ୍ପତି ମେଷ ରାଶି, ରାହୁ ମୀନ ରାଶିରେ ଓ ଶନି ତାଙ୍କ ମୂଳ ତ୍ରିକୋଣ ରାଶିରେ ରହିଛନ୍ତି । ଏହା ବ୍ୟତୀତ ମଙ୍ଗଳ ମଧ୍ୟ ବିଛା ରାଶିରେ ରହିଛନ୍ତି । ଯାହାକି ଭାରତର ସ୍ଥିତିକୁ ମଜଭୁତ କରୁଛି ।

ଅପରପକ୍ଷରେ ଅଷ୍ଟ୍ରେଲିଆ ସ୍ଥିତି ମଧ୍ୟ ଭଲ ରହିଛି । ଦୁଇ ଟିମ ମଧ୍ୟରେ କଡା ସଂଘର୍ଷ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ମ୍ୟାଚରେ ଅନାବଶ୍ୟକ ଭାବେ ବିରୋଧୀ ଟିମ ତାଙ୍କର ମଜଭୁତ ୱିକେଟ ହରାଇବ । ଯାହାକି ଭାରତ ସପକ୍ଷରେ ମ୍ୟାଚକୁ ନେଇଯିବ । ଭାରତ ୪ଥର ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ୧୯୮୩, ୨୦୧୧ରେ ଚାମ୍ପିୟନ ହୋଇଥିବା ବେଳେ ୨୦୦୩ରେ ରନର୍ସଅପ ହୋଇଥିଲା ।

Leave A Reply

Your email address will not be published.