Latest Odisha News

BREAKING NEWS

ବିଶ୍ୱ ଶୁଣିଲା ଓଡ଼ିଶା ମାଣ୍ଡିଆର ସଫଳ କାହାଣୀ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ 

ଯେଉଁ ଫସଲ ଦିନେ ଗରିବଙ୍କ ଖାଦ୍ୟ ବୋଲି ଲୋକଙ୍କ ଠାରୁ ଅନାଦର ପାଉଥିଲା , ଆଜି ଆପଣ ନିଜେ ଦେଖୁଥିବେ ମାଣ୍ଡିଆ ପାଇଁ କିପରି ଆଦର ବଢ଼ିଛି । ଏକଥା କେବଳ ମୁଁ କହୁନି ବରଂ ସାରା ଓଡ଼ିଶା ରେ ଏବେ ମାଣ୍ଡିଆର ବାସ ଭରିଉଠିଛି । ଲୋକଙ୍କ ଜୀବନଧାରା ସହ ମାଣ୍ଡିଆ ଏବେ ଯୋଡ଼ିହୋଇ ସାରିଛି । କେବଳ ପୁଷ୍ଟିଶସ୍ୟରେ ସୀମିତ ନରହି ମାଣ୍ଡିଆ ଆଜି ଏକ ବିପ୍ଳବ ସୃଷ୍ଟି କରିଛି । ଆମ ଚାଷୀ ଆମ ପରିଚୟ –ଏହି ସ୍ତମ୍ଭରେ ମାଣ୍ଡିଆ ସମ୍ବନ୍ଧୀୟ ଅନେକ ଆଲେଖ୍ୟ ଲେଖିବା ପରେ ବି ଆଜି ପୁଣି ଥରେ ସେହି ପୁଷ୍ଟିଶସ୍ୟକୁ ନେଇ ଲେଖିବାକୁ ଆଗ୍ରହ କରିବାର କାରଣ ଏଠାରେ ଉପସ୍ଥାପନ କରିବାକୁ ଚାହୁଁଛି ।

ଏଇ କିଛି ଦିନ ତଳେ ନଭେମ୍ବର ୯-୧୦ରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ । ପ୍ରଥମ ରାଜ୍ୟ ଭାବରେ ସାରା ଭାରତରେ ଓଡ଼ିଶା ଏହି ସମ୍ମଳିନୀ ଆୟୋଜନ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଭାରତ ସହ ବିଭିନ୍ନ ଦେଶର ପ୍ରତିନିଧି ମାନେ ଯୋଗ ଦେଇ ଏହାକୁ ଏକ ନୂଆ ଦିଶା ପ୍ରଦାନ କରିଛନ୍ତି । ଆପଣ ଜାଣି ଖୁସି ହେବେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ମାଣ୍ଡିଆ ଦିବସ ଭାବରେ ନଭେମ୍ବର ୧୦କୁ ପାଳନ କରୁଛି । ମାଣ୍ଡିଆ ପାଇଁ ଗୋଟିଏ ଦିନକୁ ଉତ୍ସର୍ଗ କରିବାରେ ଦେଶରେ ପ୍ରଥମ ଆମ ରାଜ୍ୟ ଓଡ଼ିଶା । ସାରା ବିଶ୍ୱ ଏଇ ଦୁଇ ଦିନରେ ଓଡ଼ିଶା ମିଲେଟ୍ସର ଗାଥା ଶୁଣିଲା । ଶୁଷ୍ମ ମାଟିର ସୁନା ମାଣ୍ଡିଆ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇସାରିଛି ।

ମହିଳା ସ୍ୱୟଂ ସହାୟକ ଗୋ ୀଙ୍କ ମାଣ୍ଡିଆକୁ ନେଇ ନୂଆ ପରକଳ୍ପନା ଠାରୁ ଆରମ୍ଭ କରି ଯୁବ ଉଦ୍ୟୋଗୀଙ୍କ ମିଲେଟ୍ସ ଷ୍ଟାର୍ଟଅପ ଆଉ ତା ସହ ବିଶେଷଜ୍ଞମାନଙ୍କ ବୈଷୟିକ କର୍ମଶ।।ଳା ଏ ଦୁଇ ଦିନର ସମ୍ମିଳନୀକୁ ସଫଳତା ଦେଇଛି , ଏହା ନିଃସନ୍ଦେହ । ରିକି ରେଜଙ୍କ ମନ୍ତ୍ରମୁଗ୍ଧ ସଂଗୀତ ହେଉ କି ବିଶିଷ୍ଟ ସେଲିବ୍ରିଟି ସେଫ୍ ବିକାଶ ଖାନ୍ନାଙ୍କ ମିଲେଟ ସହ ଅନୁଭୂତି ଏସବୁ ସମସ୍ତଙ୍କୁ ଛୁଇଁଥିବ ନିଶ୍ଚୟ । ଓଡ଼ିଶାର କୃଷି ପଟ୍ଟରେ ଏହା ଏକ ସ୍ମରଣୀୟ ଦିନ ଭାବେ ବିଦିତ ହୋଇ ରହିଲା ।

ଯେଉଁ ଲୋକମାନେ ଦିନେ ଚାଇନିଜ ଫାଷ୍ଟଫୁଡ଼କୁ ନିଜର ସାଥି ଭାବେ ବାଛି ନେଇଥିଲେ ଆଜି ସେମାନଙ୍କ ଖାଦ୍ୟ ପ୍ଲେଟରେ ମାଣ୍ଡିଆ ପରଷାଯାଉଛି । ଏହା ହିଁ ତ ପରିବର୍ତ୍ତନ । ଏଇ ଠାରୁ ହିଁ ତ ଆରମ୍ଭ ପରିବର୍ତ୍ତନ । ଏକଥାକୁ ୍ରଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ହେବ । ରାଜ୍ୟ ସରକାରଙ୍କ ଏ ଦିଗରେ ବଳି ଭୂମିକା ଆଜି ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆକୁ ଆଣିପାରିଛି । ଏକଥା ସତ ଯେ ଲୋକ ମାଣ୍ଡିଆକୁ ଗ୍ରହଣ କରିବାକୁ ସମୟ ନେବେ । କିନ୍ତୁ ସେସମୟ ଆଉ ଦୂର ନୁହେଁ । ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ବି ଲୋକ ଆଜି ଦୋକାନରୁ ମାଣ୍ଡିଆ ଖୋଜି ଘରକୁ ନେଉଛନ୍ତି । ଏ ବିପ୍ଲବର ଆରମ୍ଭ ମତ୍ର । ମାଣ୍ଡିଆ ନିଶ୍ଚିତ ଭାବରେ ଲୋକଙ୍କ ପାଖରେ ଆଦର ସାଉଁଟିବ, ଏଥିରେ ଦ୍ୱିମତ ନାହିଁ ।

ଓଡ଼ିଶାର ସଫଳତାର କାହାଣୀ ବିଶ୍ୱ ଶୁଣିବା ସହ ମାଣ୍ଡିଆକୁ ନେଇ ଏକ ନୂଆ ଭାବାବେଗ ସୃଷ୍ଟି ହେଲା । ଦୁଇ ଦିନର ସମ୍ମଳିନୀ ସରିଯାଇଛି ସତ କିନ୍ତୁ ଏହା ଆଗାମୀ ଦିନ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବ ନିଶ୍ଚୟ । ଲୋକେ ଏଇ ଦୁଇ ଦିନରେ ମାଣ୍ଡିଆର ପିଜା,ସରବତ ,ଦହିବରା ଠୁ ଆରମ୍ଭ କରି ବିରିଆନି ଯାଏଁ ମଜା ନେଲେ । ଅନ୍ତତଃ ଲୋକ ଏତିକି ସ୍ପଷ୍ଟ ହେଲେ ଯେ ମାଣ୍ଡିଆରୁ ବି ଅନେକ କିଛି ଖାଦ୍ୟ ପ୍ରସ୍ତୁତ କରିହେବ ୍ୱା ମା ମାନଙ୍କର ମିଲେଟ ଶକ୍ତି କାଫେ ଦେଖି ମହିଳା ସଶକ୍ତିକରଣର କଥା ସହଜରେ ବାରି ହେଲା । ମାଣ୍ଡିଆ ବି ଯେ ରୋଜଗାରର ପନ୍ଥା ସାଜିପାରେ ଏହାକୁ ସଭିଏଁ ଏବେ ବିଶ୍ୱାସ କରିବାକୁ ବାଧ୍ୟ । ଏହାର ସଫଳ ଉଦାହରଣ ହେଉଛି ମିଲେଟ ଶକ୍ତି କାଫେ ପରିଚାଳନା କରୁଥିବା ମହିଳାମାନେ ।

ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ୨୦୨୦-୨୧ ସୁଦ୍ଧା ପାଖାପାଖି ୭ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଏହି ମିଶନ ଦ୍ୱାରା ଉତ୍ପାଦିତ ହୋଇଥିଲା । ଓଡ଼ିଶା ମିଲେଟ ମିଶନ ଜୈବିକ କୃଷିକୁ ପ୍ରାଧାନ୍ୟ ଦେଇ ଚାଷ କରିବା ସହ ଚାଷ ଜମିର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଏ ।

 

ଚାଷୀମାନଙ୍କୁ ଏ ଦିଗରେ ତାଲିମ ମିଳିବା ସହ ମିଲେଟ ମିଶନ ଜରିଆରେ ଅନେକ ଉପଯୋଗୀ ପନ୍ଥା ଆପଣାଯାଉଛି । ଏମିତିକି ବଡ଼ ବଡ଼ ହୋଟେଲ ମାନେ ଏବେ ଖାଦ୍ୟ ମନେୁରେ ମାଣ୍ଡିଆକୁ ସାମିଲ କରିବାକୁ ମନ ବଳାଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆର ଭୂ ପ୍ରଜାତି ଜାରି କରିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା । ୧୬୩ଟି ଭୂପ୍ରଜାତିର ଚିହ୍ନଟକରଣ କରାଯିବା ସହ ଏ ଦିଗରେ ବେଶ ତତ୍ପର ଭାବେ କାମ କରୁଛନ୍ତି ରାଜ୍ୟ ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକର ବିକାଶ ଆଭିମୁଖ୍ୟକୁ ନେଇ ମିଲେଟ ମିଶନ ଆଗାମୀ ଦିନର ସଫଳତାର ତୂର୍ଯ୍ୟନାଦ କରିବ ।

ଜୈବ ନିରୀକ୍ଷକ
ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା
ଭୁବନେଶ୍ୱର, ମୋ -୯୪୩୮୪୬୭୦୭୯

Leave A Reply

Your email address will not be published.