Latest Odisha News

BREAKING NEWS

ଝିମ ଝିମ୍ ବରଷାରେ ଭିଜିଲା ଓଡ଼ିଶା

ଭୁବନେଶ୍ବର: ଗରମରୁ ତ୍ରାହି ମିଳିଛି । ଝିମି ଝିମ୍ ବରଷାରେ ଭିଜିଛି ଓଡ଼ିଶା । ଅନେଜ ଜିଲ୍ଲାରେ ଟୁପ ଟୁପ ବରଷା ବର୍ଷୁଚି । ବିଶେଷ କରି ଗରମରୁ ତ୍ରାହି ମିଳିଛି । ଅସହ୍ୟ ତାତିରେ ସିଝୁଥିବା ଓଡ଼ିଶାରେ ବର୍ଷା ପାଇଁ ଟିକେ ତାପମାତ୍ରା କମିଛି ।

ଖାଲି ଓଡ଼ିଶା ନୁହେଁ , ଆନ୍ଧ୍ରପ୍ରଦେଶ, କେରଳ, ଦିଲ୍ଲୀ-ଏନସିଆରରେ ଆରମ୍ଭ ହୋଇଯାଇଛି ବର୍ଷା ।  ଆସାମରେ ତ ବନ୍ୟାରେ ଲୋକ ଆଉଟ ପାଉଟ ହେଉଛନ୍ତି । ପାଣିପାଗ ବିଭାଗ ସୂଚନା  ଅନୁସାରେ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେଉଛି  । ଆଗାମୀ ଦୁଇ ଦିନ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିବ  । ଏହି ସମୟ ମଧ୍ୟରେ ପ୍ରବଳ ପବନ ମଧ୍ୟ ପ୍ରବାହିତ ହେଉଛି  । ଗତକାଲି ରାତିରେ ବିଦ୍ୟୁତ୍ ଆସିବା ଏବଂ ଚାଲିବା ଜାରି ରହିଥିଲା । ବର୍ଷା ଲୋକମାନଙ୍କୁ ପ୍ରବଳ ଗରମରୁ ମୁକ୍ତ କରିଛି । ବର୍ଷା ଏବେ ପାଗକୁ ସୁଖଦ କରିବା ସହ ସୁଲୁସୁଲିଆ ପବନ ବେଶ ଆନନ୍ଦ ଦେଉଛି । ବର୍ଷା ପାଇଁ  ମଧ୍ୟ ହ୍ରାସ ପାଇଛି ତାପମାତ୍ରା । ଘଡଘଡି ବିଜୁଳି ପାଇଁ ଆସନ୍ତା ତିନି ଚାରି ଦିନ ପାଇଁ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆଜି ଭୁବନେଶ୍ବରର ତାପମାତ୍ରା 28 ଡିଗ୍ରୀରୁ 32 ଡିଗ୍ରୀ ଭିତରେ ରହିବ ଏବଂ ଅନେକ ସ୍ଥାନରେ ବର୍ଷା ହେବାର ସଂଭାବନା ମଧ୍ୟ ରହିଛି ।

Leave A Reply

Your email address will not be published.