Latest Odisha News

BREAKING NEWS

ଆଇଏସ ଆତଙ୍କବାଦୀଙ୍କୁ ହେଲିକପ୍ଟରରେ ଆସି ଉଡାଇନେଲା ଆମେରିକା ସେନା

ଫିଲ୍ମ ଷ୍ଟାଇଲରେ ଆଇଏସ ଆତଙ୍କବାଦୀକୁ ଟେକି ନେଇଗଲା ଆମେରିକା ସେନା । ଆମେରିକାକୁ ଧମକ ଦେଉଥିବା ଏକ ଆତଙ୍କବାଦୀକୁ ସିରିଆରୁ ତାର ଘରେ ପଶି ଆମେରିକାର ସୁରକ୍ଷାକର୍ମୀ ତାକୁ ଉଠାଇନେଇଥିବା ଖବର ଏବେ ଚର୍ଚା ହେଉଛି ।

ଦୁଇଟି ସାମରିକ ହେଲିକପ୍ଟର ସିରିଆର ଅଲ-ହୁମାଇରାରେ ଅବତରଣ କରିବା ପରେ ଦୁଇ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । କିଛି ସମୟ ପରେ କମାଣ୍ଡାେମାନେ ଘରେ ପଶିଥିଲେ । ଏବଂ ଆତଙ୍କବାଦୀକୁ ଧରି ହେଲିକପ୍ଟରରେ  7 ମିନିଟ ପରେ ବିମାନ ଉଡ଼ାଣ କରିଥିଲା। ଆମେରିକାର ଏହି ଅପରେସନ୍ ଏତେ କମ ସମୟ ମଧ୍ୟରେ ହୋଇଥିଲା ଯେ ଏହାର ଟେର ଆତଙ୍କବାଦୀମାନଙ୍କୁ ବୁଝିପାରିନଥିଲେ ।

ଅଲ-ହୁମାଇରା ତୁର୍କୀ ସୀମାଠାରୁ 4 କିଲୋମିଟର ଦୂରରେ ଆଲେପ୍ପୋର ଉତ୍ତର ପୂର୍ବରେ ଅବସ୍ଥିତ  । ହାନି ଅହମଦ ପୂର୍ବରୁ ଅନେକଥର ଆମେରିକୀୟ ଲୋକଙ୍କ ଉପରେ ଆକ୍ରମଣ କରିଛି । ତାକୁ ଧରିବା ପାଇଁ ଇରାକ ଏବଂ ଆମେରିକାର କମାଣ୍ଡୋମାନେ ଜାଲ ବିଛାଇଥିଲେ । ହାନି କିଛି ବୁଝିବା ପୂର୍ବରୁ ଶବ୍ଦ ବିହୀନ ହେଲିକପ୍ଟର ଆସି ଅଚାନକ ଚଢ଼ଉ କରିଥିଲା । ଆଉ ପରେ ତାକୁ ଟେକି ନେଇ ପଳାଇଥିଲା । ପୂର୍ବରୁ ଏଭଳି ଅଭିଯାନରେ ଅଲକାଏଦା ଆତଙ୍କବାଦୀ ଲାଡେନକୁ ହତ୍ୟା କରିଥିଲେ ଆମେରିକା ସୁରକ୍ଷାବାହିନୀ

Leave A Reply

Your email address will not be published.