ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏଯାଏଁ ଏହାର ପ୍ରତିଷେଧକ ବାହାରି ନାହିଁ। ଯେଯାଏଁ ଏହି ପ୍ରତିଷେଧକ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆମକୁ ସତର୍କ ହୋଇ ରହିବା ସହ ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ପଡିବ ।
ଶୁଣିବାକୁ ମିଳେ ସୂର୍ଯ୍ୟକିରଣରେ ବସି ରହିବା ଦ୍ୱାରା ଦେହରର ଭିଟାମିନ୍ ବୃଦ୍ଧି ଘଟିଥାଏ । ଯାହା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ଓ କରୋନା ସହ ଲଢ଼ିବାକୁ ଶକ୍ତି ଦିଏ ।
କିନ୍ତୁ ଏହାକୁ ନେଇ ସୃଷ୍ଟି ହେଉଛି ଅନେକ ଦ୍ଵନ୍ଦ । କିଛି ଲୋକ ଏହାକୁ ଠିକ ଉପଚାର କହୁଥିବା ବେଳେ କିଛି ଏହାକୁ ଅସତ୍ୟ କହୁଛନ୍ତି। ଶରୀରକୁ ଭିଟାମିନ ଗଲେ ଏହା ରୋଗ ପ୍ରତିରୋଧ ସକ୍ଷମ ବଢାଏ ଯାହା ଏହି ରୋଗ ସହ ଲଢ଼ିବାରେ ସାହାଯ୍ୟ କରିବ। ତେବେ ଏହି ମହାମାରୀ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି, ମାତ୍ର ପ୍ରତ୍ୟେକ ଜିନିଷ ଆପଣେଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ।
Comments are closed.