ମୁମ୍ବାଇ: ବାହୁବଳୀ ଫେମ୍ ସୁପରଷ୍ଟାର ପ୍ରଭାସଙ୍କ ନୂତନ ଫିଲ୍ମର ନାମ ଘୋଷଣା କରାଯାଇଛି । ରାଧେଶ୍ୟାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରାଧାକ୍ରିଷ୍ଣ କୁମାର ତୁଲାଇବେ । ଟି ସିରିଜ ଏବଂ ୟୁଭି କ୍ରିଏଶନ ପ୍ରଯୋଜକ ଦାୟିତ୍ୱ ତୁଲାଇବେ । ପ୍ରଭାସଙ୍କ ସହ ପୂଜା ହେଗେଡ ନାୟିକା ଭୂମିକା ଅବତୀର୍ଣ୍ଣ ହେବେ । ଏହା ଏକ ବଡ ବଜେଟରେ ଫିଲ୍ମ ହୋଇଥିଲେ ମଧ୍ୟ ୨୦୨୧ରେ ରିଲିଜ କରିବା ପାଇଁ ସମ୍ପୂର୍ଣ୍ଣ ଟିମ୍ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ପ୍ରଶଂସକଙ୍କ ପାଇଁ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି ।
ଉଭୟଙ୍କ କେମେଷ୍ଟ୍ରିଙ୍କ ଦର୍ଶକ ନିଶ୍ଚିତ ଭାବେ ପସନ୍ଦ କରିବେ ବୋଲି ରାଧାକ୍ରିଷ୍ଣ କହିଛନ୍ତି । ଟିସିରିଜ ସହ ଏହି ଫିଲ୍ମ କରାଯାଉଥିବାରୁ ବିଭିନ୍ନ ଭାଷାରେ ରିଲିଜ ହେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି । ପ୍ରଭାସ, ପୂଜାଙ୍କ ବ୍ୟତୀତ ଫିଲ୍ମରେ ଭାଗ୍ୟଶ୍ରୀ, ମୂରଲୀ ଶର୍ମା, ସଚିନ ଖାଡେକର, ପ୍ରିୟଦର୍ଶନୀ, କୁଣାଳ ରାୟ କାପୁର ପ୍ରମୁଖ ଅଛନ୍ତି ।
Comments are closed.