Latest Odisha News

BREAKING NEWS

ସୁଶାନ୍ତଙ୍କ ଅଭିନୀତ ‘ଦିଲ୍ ବେଚାରା’ର ଟାଇଟଲ ଟ୍ରାକ୍ ରିଲିଜ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପକମିଂ ଫିଲ୍ମ ଦିଲ୍ ବେଚାରାର ଟାଇଟଲ୍ ଟ୍ରାକ୍ ରିଲିଜ ହୋଇଯାଇଛି । ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ଓ ଅନ୍ଦାଜ ଫ୍ୟାନମାନଙ୍କ ହୃଦୟ ଜିଣୁଥିବା ଦେଖାଯାଉଛି।

ଭିଡିଓରେ ସୁଶାନ୍ତ ଷ୍ଟାଇଲିସ୍ ଅନ୍ଦାଜରେ ଏଣ୍ଟ୍ରି କରୁଥିବା ନଜରକୁ ଆସୁଛି । ଏହାର କିଛି ସମୟ ପୂର୍ବରୁ ରିଲିଜ ହୋଇଥିବା ଦିଲ୍ ବେଚାରାର ଗୀତକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଥିଲା।

ଏହି ଗୀତରେ ସୁଶାନ୍ତ ଅଭିନେତ୍ରୀ ସଞ୍ଜନା ସାଘୀଂଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ଦୁହିଁଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିବା ବେଳେ ଏହି ସ୍ୱଗୀୟ ଅଭିନେତାଙ୍କୁ ମଧ୍ୟ ମନେ ପକାଉଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀରେ ରିଲିଜ ହେବ । ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ ଏହି ଫିଲ୍ମର କଥାବସ୍ତୁ ଦୁଇ ଜଣ କ୍ୟାନସର ରୋଗୀଙ୍କ କାହାଣୀକୁ ନେଇ ପ୍ରସ୍ତୁତ।

 

Leave A Reply

Your email address will not be published.