Latest Odisha News

BREAKING NEWS

ଗତବର୍ଷ ତୁଳନାରେ ଏଥର ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ

ଚିଲିକା: ଚଳିତ ବର୍ଷ ଚିଲିକାକୁ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨ ଶହ ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାକୁ ୪ ହଜାର ୯୭୨ ପକ୍ଷୀ ଅଧିକ ଆସିଛନ୍ତି । ପ୍ରଜାତି ସଂଖ୍ୟା ସମାନ ମାତ୍ର ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଥିର ୧୦୬ ପ୍ରଜାତିର ବିଦେଶପକ୍ଷୀ ୧୧ ଲକ୍ଷ ୧୦ ହଜାର ୨୫୭ ଆସିଥିବା ବେଳେ ୯୦ ପ୍ରଜାତିର ୨୧ ହଜାର ୯୪୩ ସ୍ଥାନୀୟ ପକ୍ଷୀ ବୋଲି ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ ଲାର୍କ ପ୍ରଜାତିଙ୍କ ସଂଖ୍ୟା ଅଧିକ ରହିଛି। ଗତ ବର୍ଷ ଅର୍ଥାତ ୨୦୨୫ରେ ମଧ୍ୟ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଥିଲେ ।

ପକ୍ଷୀ ବିଶେଷଜ୍ଞ ତଥା ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟି ( B.N.H.S. ) ର ବରିଷ୍ଠ ଗବେଷକ ଙ୍କ ଉପସ୍ଥିତିରେ ଏହି ପକ୍ଷୀ ଗଣନା ର ଫଳାଫଳ ରିପୋର୍ଟ ଘୋଷଣା କରିଛନ୍ତି ବାଲୁଗାଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ।

Comments are closed.