Latest Odisha News

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୪, ମୃତ୍ୟୁ ସଂଖ୍ୟା ୭୯: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଠାରୁ ୪୭୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ୩୩୭୪କୁ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ ପହଂଚିଛି । ୨୭୪ଟି ଜିଲ୍ଲାରେ ମହାମାରୀ କରୋନା ତାର କାୟା ବିସ୍ତାର କରିସାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସମୟରେ କରୋନା ଚିକିତ୍ସା ପାଇଁ କୌଣସି ବିକଳ୍ପ ବାହାରି ନାହିଁ। ତେଣୁ ଦେଶବାସୀ ସତର୍କ ରହିବା ନିହାତି ଆବଶ୍ୟକ। ଏହାସହ ରବିବାର ରାତି ୯ଟାରେ ୯ ମିନିଟ କରୋନା ଯୋଦ୍ଧାଙ୍କ ପାଇଁ ଦୀପ ଜାଳି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ।

Comments are closed.