ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଏଥିପାଇଁ ଚାରିଆଡେ ସରକାର କଟକଣା ଲଗାଇଛନ୍ତି । ଲକଡାଉନ୍ ପରେ ଏବେ ଅନ୍ଲକ୍-୧ ଜାରି ହୋଇଛି । ତେବେ ଏହି ଲକଡାଉନକୁ ନେଇ କଂଗ୍ରେସ ପୁଣି ଥରେ ମୋଦୀ ସରକାରଙ୍କୁ ଘେରିଛି । ଶନିବାର ରାହୁଲ ଗାନ୍ଧୀ ଲକ୍ଡାଉନ ପରେ କିଭଳି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି ତାହାର ୪ଟି ଗ୍ରାଫ୍ ଶେୟାର କରିଛନ୍ତି। ଏହା ସହିତ ସେ ଟୁଇଟ୍ କରି କହିଛନ୍ତି ଯେ, ପ୍ରତି ଲକଡାଉନ୍ ପରେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।କରୋନା ସମ୍ପର୍କରେ ସରକାରଙ୍କ ଅଜ୍ଞାନତା ଏବଂ ପରିସ୍ଥିତିର ମୁକାବିଲା କରିବା ଲାଗି ଆବଶ୍ୟକ କ୍ଷମତା ଅଭାବ ଯୋଗୁ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି।
ସରକାର ଏକ ଭୁଲ ରାସ୍ତା ଆପଣେଇ କରୋନା ଲଢ଼େଇରେ ବିଜୟୀ ହେବାର ଆଶା ରଖିଛନ୍ତି। ସରକାରଙ୍କ ଏଭଳି କାର୍ୟ୍ୟ ଦେଶ ପାଇଁ କ୍ଷତିକାରକ ହେବ ବୋଲି ରାହୁଲ କହିଛନ୍ତି। ଲଗାତାର ସରକାର ଗୋଟିଏ ପ୍ରକାର ଭୁଲ କରୁଛନ୍ତି । ଏହା ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ସେ କହିଛନ୍ତି।
Comments are closed.