Latest Odisha News

BREAKING NEWS

ବରିଷ୍ଠ ଆଇଏଫ୍‌ଏସ୍ ଶିଶିର ରଥ ନୂଆ ପିସିସିଏଫ୍ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇଏଫ୍‌ଏସ୍ ଅଧିକାରୀ ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ନୁଆ ପିସିସିଏଫ୍ ଭାବେ ନିଯୁକ୍ତି ଦେଇଛନ୍ତି । ଏଥିସହିତ ସେ ରାଜ୍ୟ ବନସୁରକ୍ଷା ବଳର ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ । କଟକରେ ଜନ୍ମଗ୍ରହଣ କରିଥିବା ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍ ଅଫିସରଙ୍କୁ ଏହି ପଦବୀକୁ ପଦୋନ୍ନତି ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏ ସମ୍ପର୍କରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଶିଶିର ରଥ ବର୍ତ୍ତମାନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ଅଛନ୍ତି । ଗତବର୍ଷ ତାଙ୍କୁ ଜାତୀୟ କାମ୍ପା କର୍ତ୍ତୃପକ୍ଷର ସିଇଓ ଓ ମେମ୍ବର ସେକ୍ରେଟାରୀ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ନିକଟରେ ଶିମିଳିପାଳ ବନାଗ୍ନୀ ଘଟଣାରେ ରାଜ୍ୟ ସରକାର ଓ ତତ୍କାଳୀନ ପିସିସିଏଫ୍ ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଏହି ନୂଆ ପିସିସିଏଫ୍ ନିଯୁକ୍ତି ବେଶ୍ ଗୁରୁତ୍ୱ ବହନ କରୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.