ଭୁବନେଶ୍ବର: ଶୀତୁଆ ସକାଳରେ ଆରମ୍ଭ ହୋଇଛି ପଥ ଉତ୍ସବ । ଆଜି ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି । ମାଷ୍ଟର୍ କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ ହେଉଛି । ଓଡ଼ିଶୀ ଓ ମଡନ୍ ଡ୍ୟାନ୍ସରେ ମତୁଆଲା ଦର୍ଶକ । ରଙ୍ଗୋଲିରେ ଝଲସୁଛି ଜନପଥ ।
ଜୁମ୍ବା ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଅଣାଯିବାକୁ ଏହା ଏକ ପ୍ରୟାସ । ଯୋଗ, ସ୍କେଟିଂ, ବିଭିନ୍ନ ପ୍ରକାରର ଗେମ୍ସ, ଷ୍ଟ୍ରିଟ୍ ପ୍ଲେ, ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଜଧାନୀର ରାଜରାସ୍ତା । ସବୁ ବର୍ଗର ମହିଳା ପୁରୁଷ, ଶିଶୁ ଓ ଯୁବକ ଯୁବତୀଙ୍କ ମନୋରଞ୍ଜନ ପାଇଁ ବିଏମସି ପକ୍ଷରୁ ପଥ ଉତ୍ସବର ଆୟୋଜନ କରାଯାଇଛି ।
ବର୍ଷର ପ୍ରଥମ ପଥ ଉତ୍ସବ ପାଇଁ ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ ହୋଇଥିଲା । ସକାଳ ୧୧ଟା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯାତାୟତ ନ କରିବାକୁ ପରାମର୍ଶ ଦିଆଯାଇଥିଲା ।
Comments are closed.