Latest Odisha News

BREAKING NEWS

ମଦ ପିଇଛନ୍ତି କି ନାହିଁ କହିବ ମୋବାଇଲ

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ । ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ଏବେ ଆପଣ ମଦ୍ୟପାନ କରିଛନ୍ତି କି ନାହିଁ ତାହା ଫୋନରେ କଥା ହେବାବେଳେ ଜଣାପଡିଯିବ ।

ଷ୍ଟାନଫୋର୍ଡ ୟୁନିଭରସିଟି ଜରୁରୀକାଳୀନ ଚିକିତ୍ସା ବିଭାଗର ପ୍ରଫେସର ବ୍ରାଏନ ସୁଫୋଲେଟୋ ଏବଂ ତାଙ୍କ ଟିମ୍ ଏକ ସେନ୍ସର ଉଦ୍ଭାବନ କରିଛନ୍ତି । ଯାହା ଆପଣଙ୍କ ସ୍ମାର୍ଟଫୋନରେ ଲଗାଯିବା ପରେ ଫୋନ ଆରପଟରେ କଥା ହେଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ ତାହା ଜାଣିପାରିବେ । ଏହି ସିଷ୍ଟମ ୯୮ ପ୍ରତିଶତ ସଫଳତାର ସହ କାମ କରୁଛି ବୋଲି ବ୍ରାଏନଙ୍କ ଟିମ୍ କହିଛନ୍ତି ।

୧୮ ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଆଉ ଏମାନଙ୍କ ବୟସ ଥିଲା ୨୧ ବର୍ଷ କିମ୍ବା ତାଠାରୁ ଅଧିକ । ରିସର୍ଚ୍ଚ ସମୟରେ ବୈଜ୍ଞାନିକ ମଦ୍ୟପାନ କରିବା ପୂର୍ବରୁ ଏବଂ ପରେ ଲୋକଙ୍କ ସ୍ୱର ରେକର୍ଡ କରିଥିଲେ । ଏହାପରେ ଏହାକୁ ଯାଞ୍ଚ ପାଇଁ ଏହି ଡିଭାଇସ ଲଗାଇ ଦିଆଯାଇଥିଲା । ଏଥିରେ ଜଣାପଡି ଯାଇଥିଲା ସେମାନଙ୍କ ମଧ୍ୟରୁ କିଏ ମଦ୍ୟପାନ କରିଛନ୍ତି କି ନାହିଁ ।

Comments are closed.