Latest Odisha News

BREAKING NEWS

ଦୀପାବଳିରେ ରହିଛି ବଡବଡୁଆ ଡାକର ପରମ୍ପରା, ଜାଣନ୍ତୁ ଏହାର ମହତ୍ଵ

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମାଆ କାଳୀଙ୍କୁ ଆରାଧନା କରାଯାଉଛି ।

ପୁରାଣ ଅନୁଯାୟୀ, ୧୪ ବର୍ଷ ବନବାସ ସାରି ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଅଯୋଧ୍ୟାକୁ ଫେରିବା ଖୁସିରେ ଏହି ପର୍ବ ପାଳନ କରାଯାଏ । ଏଣୁ ଏହି ଅମାବାସ୍ୟା ରାତିର ଅନ୍ଧାରକୁ ଦୂର କରିବା ଲାଗି ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜଳାଇଥିଲେ । ସେହିଦିନଠାରୁ ଏହି ଦିନକୁ ଦୀପାବଳି ଭାବେ ପୂଜା କରାଯାଉଛି । ତେବେ ଏହି ପବିତ୍ର ଦିନର ଆଉ ଏକ ମାହାତ୍ମ୍ୟ ମଧ୍ୟ ରହିଛି । କାରଣ ଏହି ଦିନରେ ପିତୃ ପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଦେଇ ସାରି କାଉଁରିଆ କାଠି ଜାଳିବାର ପରମ୍ପରା ରହିଛି ।

ହିନ୍ଦୁ ଧର୍ମରେ ମହାଳୟା ଦିନ ଠାରୁ ପିତୃ ପୁରୁଷ ମାନେ ମର୍ତ୍ତ୍ୟ ପୁରକୁ ଆସିଥାନ୍ତି । ସେଥିପାଇଁ ଉକ୍ତ ମାସକୁ ମହଳା ମାସ ମଧ୍ୟ କୁହାଯାଇଥାଏ । ଏହି ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ତେଣୁ ମହାଳୟାକୁ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷ ମାନଙ୍କୁ ଏହିଦିନ ବିଦାୟ ଦିଆଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ଘରର ଦେଇପିଣ୍ଡିରେ କାଉଁରିଆ କାଠି ଜାଳି ବାଡି ପାଖ ଖତ ଗଦାରେ ପୋତା ଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିବା ପାଇଁ କାଉଁରିଆ କାଠି ଜାଳି ଆଲୋକ ଦେଖା ଯାଇଥାଏ ।

Leave A Reply

Your email address will not be published.