Latest Odisha News

BREAKING NEWS

ଗୋପାଳପୁର ମିଲିଟାରୀ ଷ୍ଟେସନରେ ଏୟାର ଡିଫେନ୍ସର ପ୍ଲାଟିନମ୍ ଜୟନ୍ତୀ

ବ୍ରହ୍ମପୁର: ଏୟାର ଡିଫେନ୍ସ ରେଜିମେଣ୍ଟର ପ୍ଲାଟିନମ୍ ଜୁବିଲି ଗୋପାଳପୁର ସ୍ଥିତ ମିଲିଟାରୀ ଷ୍ଟେସନରେ ପାଳିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଯୋଗ ଦେଇ ଯବାନଙ୍କ ପ୍ରଶଂସା କରିଥିଲେ । ଦେଶ ସେବାରେ ସମର୍ପିତ ଯବାନ ଓ ଅଗ୍ନିବୀରଙ୍କୁ ଭେଟିଥିଲେ ରାଜ୍ୟପାଳ ।

ପ୍ଲାଟିନମ୍ ଜୟନ୍ତୀରେ ଏୟାର ଡିଫେନ୍ସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁଭେଚ୍ଛା ଜଣାଇବା ସହ ଦେଶର ଅଖଣ୍ଡତା ଲାଗି ଯବାନଙ୍କ ବଳିଦାନ କଥା ଭିଡିଓ ବାର୍ତ୍ତାରେ କହିଥିଲେ । ସ୍ୱାଧୀନ ଭାରତରେ ଗୋପାଳପୁର ମିଲିଟାରୀ ଷ୍ଟେସନ ହେଉଛି ପ୍ରଥମ ଏୟାର ଡିଫେନ୍ସ ରେଜିମେଣ୍ଟ ।

୭୫ ବର୍ଷରେ ଗୋପାଳପୁର ମିଲିଟାରୀ ଷ୍ଟେସନ ଅନେକ ଅପରେସନରେ ସାମିଲ୍ ହୋଇଛି । ୧୯୪୮, ୧୯୬୫ ଓ ୧୯୭୧ ଭଳି ସ୍ଥିତି ସହ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ରିଲିଫ୍ କାର୍ଯ୍ୟରେ ସାମିଲ୍ ହୋଇଛି । ରାଜ୍ୟପାଳ ଗୋପାଳପୁର ମିଲିଟାରୀ ଷ୍ଟେସନର ଗୌରବମୟ ଐତିହ୍ୟକୁ ମନେ ପକାଇଥିଲେ ।

Leave A Reply

Your email address will not be published.