Latest Odisha News

BREAKING NEWS

ଯୁବତୀଙ୍କୁ ସୁରକ୍ଷା ଦେଉଛି କୁକୁଡ଼ା: ରାତିରେ ଏକୁଟିଆ ଗଲେ ସାଙ୍ଗରେ ବି ଯାଏ କୁକୁଡ଼ା

ଲଣ୍ଡନ: ଘର ଓ ବ୍ୟକ୍ତିଗତ ସୁରକ୍ଷା ପାଇଁ ଅନେକ ଲୋକେ ଘରେ କୁକୁର ରଖିଥାନ୍ତି । ଏହି ଧାରା ସବୁଠି ଲୋକମାନେ ଅନୁପାଳନ କରିଥାନ୍ତି । କିନ୍ତୁ ଭାବନ୍ତୁ, ଯଦି କେହି ଏକାକୀ ବାହାରକୁ ଗଲାବେଳେ ସାଙ୍ଗରେ କୁକୁର ବଦଳରେ କୁକୁଡ଼ା ନେଇ ଯାଆନ୍ତି,ତେବେ ଲୋକଙ୍କ ଧାରଣା କ’ଣ ହେବ । କୁକୁର ବଦଳରେ କୁକୁଡ଼ା କ’ଣ ସୁରକ୍ଷା ଦେଇପାରିବ ? ହୁଏତ ଅନେକ କହିପାରନ୍ତି ଏହା ମଜାକ୍ ହୋଇପାରେ । କିନ୍ତୁ ବାସ୍ତବରେ ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଯୁବତୀ ନିଜ ଘର ଓ ନିଜର ସୁରକ୍ଷା ପାଇଁ କୁକୁଡ଼ା ରଖିଛନ୍ତି ।

BjdElectrycity

ଲଣ୍ଡନରେ ରହୁଥିବା ଫ୍ରେଜା ନାମକ ଜଣେ ଯୁବତୀ ରାତିରେ ଏକୁଟିଆ କେଉଁଆଡ଼େ ଗଲେ ସାଙ୍ଗରେ ତାଙ୍କର କୁକୁଡ଼ାକୁ ନେଇକି ଯାଇଥାନ୍ତି । ସେ କୁକୁଡ଼ାକୁ ସାଙ୍ଗରେ ନେବା ବେଳେ ନିଜକୁ ଅଧିକ ସୁରକ୍ଷିତ ମନେ କରିଥାନ୍ତି । କୁକୁଡ଼ା ତାଙ୍କୁ ସୁରକ୍ଷା ଦେଇଥାଏ ବୋଲି ଦୃଢତାର ସହ କୁହନ୍ତି ଫ୍ରେଜା । ସୋସିଆଲ ମିଡ଼ିଆରେ ନିଜେ ଉଲ୍ଲେଖ କରିଛନ୍ତି ଫ୍ରେଜା । ତାଙ୍କର ଏଭଳି ସ୍ୱୀକାରୋକ୍ତି ପରେ ଅନେକ ଲୋକ ଏକାକୁ ମଜାଳିଆ ଭାବେ ଗ୍ରହଣ କରି ନେଇଛନ୍ତି । କିନ୍ତୁ ଆଉ କିଛି ଲୋକ ଏହା ଯୁବତୀଙ୍କ ପାଗଳାମି ବୋଲି ମତ ରଖନ୍ତି ।

Leave A Reply

Your email address will not be published.