Latest Odisha News

BREAKING NEWS

ଭାରତକୁ ଲୁଟିଛନ୍ତି ପଶ୍ଚିମ ଦେଶ,ଋଷକୁ ଲୁଟିପାରିବେ ନାହିଁ: ପୁଟିନ

ୟୁକ୍ରେନର ଚାରିଟି ସହର ଋଷରେ ମିଶ୍ରଣ କରାଇଲେ ପୁଟିନ

ମସ୍କୋ:  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶ ସମୁହ ଉପରେ ବର୍ଷିଛନ୍ତି । ପଶ୍ଚିମ ଦେଶମାନେ ଭାରତକୁ ଲୁଟିଥିବା ବେଳେ ଏବେ ଋଷକୁ ଲୁଟିବାକୁ ଇଚ୍ଛା ରଖିଥିବା କହିଛନ୍ତି । ଶହ ଶହ ବର୍ଷ ଧରି ଏସିଆ, ଆଫ୍ରିକାର ଦେଶମାନଙ୍କୁ ଲୁଣ୍ଠନ କରିଥିବା ପଶ୍ଚିମଦେଶମାନେ ଋଷ ଉପରେ ଏପରି ନଜର ପକାନ୍ତୁ ନାହିଁ ବୋଲି ସେ ରୋକଠୋକ କହିଛନ୍ତି । ନରସଂହାର, ଲୁଟ କରିଥିବା ଆମେରିକା ଉପରେ ମଧ୍ୟ ବର୍ଷିଥିଲେ ପୁଟିନ । ମିଥ୍ୟା ଆରୋପ ଲଗାଇ ବିଶ୍ବର ଅନେକ ଦେଶରେ ହଜାର ହଜାର ଲୋକଙ୍କୁ ହତ୍ୟା ପଶ୍ଚିମଦେଶମାନେ କରିଥିବା କହିଛନ୍ତି ପୁଟିନ । ଋଷ କାହାକୁ ଭୟ କରେନାହିଁ ବୋଲି କହିଛନ୍ତି ପୁଟିନ । ୟୁକ୍ରେନର ଚାରୋଟି ରାଜ୍ୟକୁ ଋଷ ସହିତ ମିଶ୍ରଣ କରିବା ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଏପରି କରିଛନ୍ତି ପୁଟିନ । ଏହି ସହରଗୁଡିକର ନାମ ହେଉଛି ଡୋନେଟସ୍କ୍, ଲୁହାନସ୍କ, ଜାପୋରିଜିଆ ଏବଂ ଖେରସନ

 ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ସମୟରେ ରୁଷ ପାଇଁ ଏହା ଏକ ବଡ ଘୋଷଣା । ଯୁଦ୍ଧରେ ଏହି ରାଜ୍ୟର ଲୋକମାନେ ଏବେ ଋଷ ନାଗରିକ ହୋଇଛନ୍ତି । ଏ ସମସ୍ତ ରାଜ୍ୟର ନାଗରିକଙ୍କ ସୁରକ୍ଷା ଏବେ ଋଷ ନେବ କହିଛନ୍ତି ପୁଟିନ । ଏହି 4ଟି ରାଜ୍ୟର ପ୍ରଶାସନିକ ମୁଖ୍ୟଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ପୁଟିନ । ନୂଆ ରାଜ୍ୟର ମିଶ୍ରଣ ନେଇ ରାଷ୍ଟ୍ରପତି ପୁଟିନ କ୍ରେମଲିନରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସ୍ବାକ୍ଷର କରି ଏହି ଅଞ୍ଚଳଗୁଡିକ ଅକ୍ତିଆର କରିଛନ୍ତି । ୟୁକ୍ରେନର ଏହି ରାଜ୍ୟଗୁଡିକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଯେଉଁଥିରେ ୯୯ ପ୍ରତିଶତ ଲୋକ ମସ୍କୋକୁ ସମର୍ଥନ କରି ଭୋଟ୍ ଦେଇଛନ୍ତି। ସେପଟେ ପୁଟିନଙ୍କ ଏପରି ନିଷ୍ପତ୍ତିକୁ ନେଇ ଆମେରିକା ନୂଆ ପ୍ରତିବନ୍ଧକ ଲଗାଇଛି । ୟୁକ୍ରେନ ମଧ୍ୟ ନାଟୋରେ ସାମିଲ ହେବା ପାଇଁ ଆବେଦନ କରିଛି ।

Comments are closed.