Latest Odisha News

ଖୁବ ଶୀଘ୍ର କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ

ଭୁବନେଶ୍ବର: ତିନୋଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗ ଖୁବ ଶୀଘ୍ର କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏହା ସାମୟିକ ଭାବେ ବୃଦ୍ଧି କରାଯାଇଛି ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୨୦୨୦ ନିୟମରେ ଯେଉଁଠି କୁଳପତି ନିଯୁକ୍ତି ହେଉଥିଲେ, ତାହା ସଂଶୋଧନ ହେବ । ବିଶ୍ଵବିଦ୍ୟାଳୟ ସ୍ୱୟଂଶାସିତ କରି କୁଳପତି ନିଯୁକ୍ତି କ୍ଷମତା ଦିଆଯିବ ।

ସୂଚନାଯୋଗ୍ୟ, ଚଳିତମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ଗତ ଗୁରୁବାର ରାଜ୍ୟପାଳ ଆଉ ୬ମାସ ବୃଦ୍ଧି କରିଛନ୍ତି । ସେଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ।

ଏହି ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତିଙ୍କ କାର୍ଯ୍ୟକାଳ ସରିବା ଦିନଠାରୁ ୬ମାସ ପର୍ଯ୍ୟନ୍ତ ତଥା ନୂଆ କୁଳପତି ଯୋଗଦେବା ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.