ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜୁଲାଇ ୧ ତାରିଖରେ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଚୟନ କମିଟି ଦୁଇଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସମ୍ବଳିତ ଏକ ପ୍ୟାନେଲ୍ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ । ଏହା ପରେ ସରକାର ଚୂଡ଼ାନ୍ତ ଭାବେ ଓଇଆରସିର ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିବେ ।
ପ୍ରଦୀପ ଜେନାଙ୍କ ଇସ୍ତଫା ପରେ ଗତ ମେ ୨୬ ତାରିଖରୁ ଅଧ୍ୟକ୍ଷ ପଦ ଖାଲି ରହିଛି । ସେ ୨୦୨୫ ଏପ୍ରିଲ୍ ୮ରୁ ୨୦୨୬ ମେ ୨୫ ପର୍ଯ୍ୟନ୍ତ ଓଇଆରସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ହେଲେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦରୁ ଇସ୍ତଫା ଦେବା ପରେ ସେବେଠାରୁ ଏହି ପଦ ଖାଲି ରହିଛି ।