ନୂଆଦିଲ୍ଲୀ: ଦିଲ୍ଲୀ ଲାଲ କିଲ୍ଲା ଅନିଶ୍ଚିତକାଳ ପାଇଁ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ସେଣ୍ଟାଲ ଡିଏମ୍ ଏ ସମ୍ବନ୍ଧରେ ଏକ ଆଦେଶ ଜାରି କରିଛନ୍ତି । ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଲାଲ କିଲ୍ଲା ଓ ଆଖପାଖ ଅଞ୍ଚଳରେ ବାର୍ଡ଼ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିସର ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକଙ୍କ ଅନୁମତି କ୍ରମେ କିଲ୍ଲାକୁ ବନ୍ଦ କରାଯାଇଛି ।
ଏହାପୂର୍ବରୁ ଲାଲ କିଲ୍ଲାରେ ୧୪ କାଉ ଓ ୪ଟି ବତକ ମାରିଥିଲେ । ନମୁନା ଯାଞ୍ଚରେ ଏମାନେ ବାର୍ଡ଼ ଫ୍ଲୁର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା । ୮ଟି ନମୁନାରେ ବାର୍ଡ଼ ଫ୍ଲୁ ଷ୍ଟ୍ରେନ ମିଳିବା ପରେ ପଶୁପାଳନ ବିଭାଗ ଦିଲ୍ଲୀରେ ବାର୍ଡ଼ ଫ୍ଲୁ ନେଇ ସ୍ପଷ୍ଟ କରିଛି ।
Comments are closed.