Latest Odisha News

BREAKING NEWS

ବିଶୋଧନ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର: ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବିଶୋଧନ ପ୍ରକ୍ରିୟା । ଆଜି ସକାଳୁ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ କଳ୍ପନା ଛକ ନିକଟ ରବି ଟକିଜ ଅଂଚଳରେ ସାନିଟାଇଜେସନ କାମ ଆରମ୍ଭ କରିଛି । ପୁରା ଅଂଚଳକୁ ଜୀବାଣୁ ମୁକ୍ତ କରିବାକୁ ସୋଡିୟମ ହାଇପୋକ୍ଲୋରାଇଡ ମିଶ୍ରିତ ପାଣି ସିଂଚନ କରାଯାଇଛି । ରାସ୍ତାଘାଟରେ ରସାୟନିକ ପାଣି ପକାଇ ସଫା କରାଯାଇଛି । ଦୋକାନ ବଜାର ଉପରେ ବି ପାଣି ସିଂଚନ କରାଯାଇଛି । ଏହି ଅଂଚଳର ସାହି ଗଳିକୁ ବି ବିଶୋଧନ କରାଯାଇଛି ।
ବିଏମସି ପକ୍ଷରୁ ନିର୍ଦେଶ ମିଳିବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଆରମ୍ଭ ହୋଇଛି ସଫେଇ ଅଭିଯାନ । ଅଗ୍ନିଶମ ଡିଜିଙ୍କ ସୂଚନା ଅନୁସାରେ ଆଜି ରବି ଟକିଜ ଛକ ଠାରୁ ରସୁଲଗଡ ଯାଏଁ ରାସ୍ତାକୁ ବିଶୋଧନ କରାଯିବ ।

Leave A Reply

Your email address will not be published.