Latest Odisha News

BREAKING NEWS

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଖୋଜା ଚାଲିଛି: ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନାର ବ୍ୟାପକ ସଂକ୍ରମଣ ଭିତରେ ଚିନ୍ତା ବଢାଇଦେଇଛି ନିଜାମୁଦ୍ଦିନ ଘଟଣା । ରାଜ୍ୟର ୧୫ ଜଣ ସେଠାରୁ ଫେରିଥିବା ସୂୂଚନା ମିଳିବା ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ଆଲୋଚନା ବେଳେ ôଗହ ସଚିବ ଏବଂ ପୋଲିସ ଡିଜି ଉପସ୍ଥିତ ଥିଲେ । ଆଲୋଚନା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ନିଜାମୁଦ୍ଦିନରୁ ଆସିଥିବା ସଂତ୍ପକ୍ତ ବ୍ୟକ୍ତିଙ୍କୁ ଖୋଜାଚାଲିଛି । ସଂତ୍ପକ୍ତ ବ୍ୟକ୍ତିଙ୍କୁ ସଂଗରୋଧରେ ରଖିବାକୁ ବ୍ୟବସ୍ଥା ହୋଇଛି ।
ସେପଟେ ରାଜ୍ୟରେ ଅଧିକ କରୋନା ଭୂତାଣୁ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ଅଧିକ ଟେଷ୍ଟିଂ କିଟ୍ ଏବଂ ମେଡିକାଲ ଉପକରଣ ଯୋଗାଇବାକୁ ରାଜ୍ୟ ଦାବି କରିଛି । ବ୍ୟାଙ୍କରେ ଆବଶ୍ୟକ କର୍ମଚାରୀରେ ସେବା ଯୋଗାଇଦେବା ନେଇ ମଧ୍ୟ ଆଲୋଚନା ହୋଇଛି । ସେପଟେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ପ୍ରଭାବିତଙ୍କ ପାଖରେ ଠିକରେ ପଂହଚାଇବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଖାଲି ସେତିକି ନୁହେଁ ଲକଡାଉନ୍ ନିର୍ଦ୍ଦେଶକୁ କଡାକଡି ପାଳନ ସହ ଶ୍ରମିକଙ୍କ ଯାତ୍ରା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.