Latest Odisha News

BREAKING NEWS

ଏହି ଖାଦ୍ୟକୁ କରନ୍ତୁ ବାଏ…ଲିଭର ରହିବ ସୁସ୍ଥ !

ଭୁବନେଶ୍ବର: ଯଦି ଆପଣ ନିଜର ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ଆପଣଙ୍କର ଯକୃତ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇପାରେ। ଲିଭର ରକ୍ତ ସଫା କରିଥାଏ  । ଯଦି ଆପଣଙ୍କର ଲିଭର ସୁସ୍ଥ ନୁହେଁ ତେବେ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଯେଉଁମାନେ ପ୍ରାୟତଃ ଛଣାଛଣି ଖାଦ୍ୟ ଖାଆନ୍ତି, ସେମାନଙ୍କୁ ଯକୃତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଛଣାଛଣି ଖାଦ୍ୟ ଯକୃତରେ ପ୍ରଦାହ ସୃଷ୍ଟି କରିପାରେ। ଲିଭର ରୋଗରୁ ରକ୍ଷା ପାଇବା ପାଇଁ ଛଣାଛଣି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ୍ ।

ସେହିପରି ସବୁବେଳେ କୋଲ୍ଡ ଡ୍ରିଙ୍କସ ପିଉଥିଲେ, ଆପଣଙ୍କର ଏହି ଅଭ୍ୟାସ ଯକୃତ ରୋଗର ଆଶଙ୍କା ବଢ଼ାଇପାରେ। ଫ୍ୟାଟି ଲିଭର ଏବଂ ଅନ୍ୟାନ୍ୟ ଯକୃତ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ, ଆପଣଙ୍କ ଡାଏଟ୍ ରେ କୋଲ୍ଡ ଡ୍ରିଙ୍କସ ସାମିଲ କରନ୍ତୁ ନାହିଁ।

ଯଦି ଆପଣ ମଧ୍ୟ ପ୍ରାୟତଃ ପ୍ରକ୍ରିୟାକୃତ ( ପ୍ରୋସେଡ )ମାଂସ ଖାଉଥାନ୍ତି , ତେବେ ଆପଣଙ୍କୁ ସତର୍କ ରହିବା ଉଚିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପ୍ରକ୍ରିୟାକୃତ ମାଂସ ଆପଣଙ୍କ ଯକୃତର ସ୍ୱାସ୍ଥ୍ୟକୁ ହାନୀ ପହଞ୍ଚାଏ । ଏହି କାରଣରୁ ଆପଣଙ୍କୁ ପ୍ରକ୍ରିୟାକୃତ ମାଂସ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଆହୁରିମଧ୍ୟ ଆପଣ ଯଦି ମଦ୍ୟପାନ କରୁଥାନ୍ତି, ଏହାଦ୍ବାରା କେବଳ ଆପଣଙ୍କ ଯକୃତ ନୁହେଁ ବରଂ ଆପଣଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବ। ଗମ୍ଭୀର ଏବଂ ମାରାତ୍ମକ ସ୍ୱାସ୍ଥ୍ୟ ରୋଗର ଆଶଙ୍କା କମ କରିବା ପାଇଁ ମଦ୍ୟପାନ ଠାରୁ ଦୂରେଇ ରହିବା ଉଚିତ୍ ।

ଯକୃତ ପାଇଁ ଅଁଳା ଏକ ଟନିକ୍ ଭାବରେ ବିବେଚନା କରାଯାଏ। ଆପଣଙ୍କ ଖାଦ୍ୟରେ ଅଁଳା, ସାଲାଡ ସାମିଲ କରନ୍ତୁ । ସକାଳେ ପ୍ରଥମେ ଆପଣଙ୍କୁ ଖାଲି ପେଟରେ ଅଁଳା ରସ ଏବଂ କଳା ଲୁଣ ସହିତ ମିଶ୍ରିତ ୧ ଗ୍ଲାସ ଉଷୁମ ପାଣି ପିଇଲେ ଯକୃତ ସୁସ୍ଥ ରହିଥାଏ ।

Comments are closed.