ଭୁବନେଶ୍ବର: ଏଥର ଭୟଙ୍କର ନିଆଁ ଲିଭାଇବା ହେବ ସହଜ । ଯେଉଁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନାହାନ୍ତି ସେଠାରେ ଏବେ ନିଆଁ ଲିଭାଇବ ରୋବଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା କାର୍ଯ୍ୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ରୋବଟକୁ ବ୍ୟବହାର କରାଯିବ । ଏହାର ନାଁ ହେଉଛି ଫାୟାର ଫାଇଟିଂ ରୋବୋଟିକ ମନିଟର ।
ଜଣେ ଅଗ୍ନିଶମ କର୍ମଚାରୀ ଏହାର ରିମୋଟକୁ ନିୟନ୍ତ୍ରଣ କରିବେ । ଏକ କିମି ଦୂରରୁ ଏହାକୁ ରିମୋଟ୍ ଦ୍ୱାରା ନିୟନ୍ତ୍ରଣ କରିହେବ । ଏହି ରୋବଟ୍ ଭିତରେ ପାଣି ଭର୍ତ୍ତି କରାଯିବ । ନିଆଁ ଲାଗିଥିବା ସ୍ଥାନକୁ ଯାଇ ଉକ୍ତ ମେସିନ୍ ଟି ପାଣି ସ୍ପ୍ରେ କରିବ । ଏଥିସହ ଅତ୍ୟଧିକ ଉତ୍ତାପରେ ମଧ୍ୟ ମନିଟରକୁ ଥଣ୍ଡା ରଖିବାକୁ ବ୍ୟବସ୍ଥା କରାଯାଇଛି ।
ଏହି ରୋବଟରେ ୩୬୦ ଡିଗ୍ରୀ କ୍ୟାମେରା ବ୍ୟବହାର କରାଯାଇଛି । ଥର୍ମାଲ ଓ ନର୍ମାଲ କ୍ୟାମେରା ବ୍ୟବହାର ହୋଇଛି । ନର୍ମାଲ କ୍ୟାମେରା ଦ୍ୱାରା ଆଗରେ ରାସ୍ତା ସଫା ଅଛି ନା ନାହିଁ ତାହା ଜଣାପଡ଼ିବ । ଥର୍ମାଲ କ୍ୟାମେରା ଦ୍ୱାରା ନିଆଁ ଲାଗିବା ଦ୍ୱାରା ଚାରିଆଡ଼େ ଧୂଆଁମୟ ହୋଇଗଲେ ଆଗ ରେ କ’ଣ ଅଛି ତାହା ଜଣାପଡ଼ିବ ।
ଆହୁରି ସଶକ୍ତ ଓ ମଜଭୁତ ହେବ ଅଗ୍ନିଶମ ବିଭାଗ । ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍ ମନିଟରକୁ ସାମିଲ କରାଯାଇଛି ।
Comments are closed.