Latest Odisha News

BREAKING NEWS

ରାୟଗଡାରେ ମୃତ୍ୟୁ ବରଣ କରିଥିବା ଋଷ ନାଗରିକ ପୁଟିନଙ୍କ ସମାଲୋଚକ

ଭୁବନେଶ୍ୱର: ନିକଟରେ ରାୟଗଡା ଗସ୍ତରେ ଆସି ପ୍ରାଣ ହରାଇଛନ୍ତି ଋଷର ଦୁଇ ନାଗରିକ। ଉଭୟ ପରସ୍ପରର ବନ୍ଧୁ। ହେଲେ ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି। କାରଣ ଦୁଇ ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ। ୟୁକ୍ରେନ୍ ସହ ପୁଟିନଙ୍କ ଯୁଦ୍ଧ ନିଷ୍ପତ୍ତିକୁ ସମାଲୋଚନା କରି ଆସୁଥିଲେ ଆଣ୍ଟାଭା ପାଭେଲ। ଯିଏକି ରୁଷର ଜଣେ ଧନୀ ସାଂସଦ।

ଋଷର ଅନ୍ୟତମ ଧନୀ ସାଂସଦ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋର ସମାଲୋଚକ ହେଉଛନ୍ତି ଆଣ୍ଟାଭା ପାଭେଲ। ସେ ନିଜ 66 ତମ ଜନ୍ମଦିନ ପାଳନ କରିବାକୁ ଭାରତ ଗସ୍ତରେ ଆସି ଓଡ଼ିଶାର ରାୟଗଡା ଜିଲ୍ଲା ପହଞ୍ଚିଥିଲେ। ସାଇ ଇଣ୍ଟରନ୍ଯାସନାଲ ହୋଟେଲରେ ସେ ରହୁଥିଲେ। ରହସ୍ୟଜନକ ଭାବେ ସେ ରହୁଥିବା ହୋଟେଲର କୋଠାରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି।

ଯଦିଓ ସେ ଛାତରୁ ଡେଇଁ ପଡ଼ିଥିବା କୁହାଯାଉଛି କିନ୍ତୁ ଋଷର କନସୁଲ୍ ଜେନେରାଲ୍ ଆଲେକ୍ସି ଇଡାମକିନ ତାସ କହିଛନ୍ତି ଯେ ସେ ଝରକାରୁ ଡେଇଁ ପଡ଼ିଛନ୍ତି। ଦୂତାବସ କହିଛି, ଆମେ ତଦନ୍ତ ଉପରେ ନଜର ରଖିଛୁ ଏବଂ ଓଡ଼ିଶା ପୁଲିସଠାରୁ ସମସ୍ତ ତଥ୍ୟ ହାସଲ କରୁଛୁ। ପାଭେଲଙ୍କ ରହସ୍ୟଜନକ ମୃତ୍ୟୁର ଦିନକ ପୂର୍ବରୁ ତାଙ୍କର ବାଲ୍ୟବନ୍ଧୁ ତଥା ସହଯୋଗୀ ଭ୍ଲାଦିମିର ବୁଡାନୋଭ (61)ଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

ୟୁକ୍ରେନ୍ ବିରୋଧରେ ପୁଟିନଙ୍କ ଯୁଦ୍ଧର ଅନ୍ୟତମ ଘୋର ବିରୋଧୀ ଥିଲେ ଆଣ୍ଟାଭା ପାଭେଲ। ଜୁନ୍ ମାସରେ ସେ ଏକ ବ୍ଲଗ୍ ପୋଷ୍ଟରେ କିଭ ଉପରେ ହୋଇଥିବା ଯୁଦ୍ଧ ଓ ବିମାନ ଆକ୍ରମଣକୁ ରୁଷିଆ ‘ଆତଙ୍କ’ ବୋଲି କହି ସମାଲୋଚନା କରିଥିଲେ।

ଶେଷରେ ଅତ୍ୟଧିକ ଚାପରେ ଆସିବା ପରେ ତାଙ୍କୁ ନିଜ ବୟାନକୁ ପ୍ରତ୍ୟାହାର କରିବାକୁ ପଡ଼ିଥିଲା। ଏମିତିକି ସେ ଏକ କ୍ଷମାପ୍ରାର୍ଥନା କରିଥିଲେ। ତାଙ୍କ ପୋଷ୍ଟକୁ ଦୁର୍ଭାଗ୍ୟଜନକ ଭୁଲ୍ ବୁଝାମଣା ଏବଂ ବୈଷୟିକ ତ୍ରୁଟି ବୋଲି ସେ ଦାବି କରିଥିଲେ।

65 ବର୍ଷୀୟ ପାଭେଲ କହିଥିଲେ ଯେ ସେ ସବୁବେଳେ ରାଷ୍ଟ୍ରପତିଙ୍କୁ ସମର୍ଥନ କରିଆସିଛନ୍ତି ଏବଂ ପୁଟିନଙ୍କ ସାମରିକ ଅଭିଯାନକୁ ସମର୍ଥନ କରୁଛନ୍ତି। କିନ୍ତୁ ସ୍ଥାନୀୟ ସାମ୍ବାଦିକମାନେ ଏହାକୁ ଭୁଲ ଢଙ୍ଗରେ ତାଙ୍କର ଉଦ୍ଦେଶ୍ୟକୁ ପ୍ରସାରଣ କରିଥିଲେ।

ଆଣ୍ଟୋଭ୍ ଷ୍ଟାଣ୍ଡାର୍ଡ ଗ୍ରୁପ୍ ଅଫ୍ କମ୍ପାନିର ପ୍ରତିଷ୍ଠାତା ଥିଲେ। ଯାହା କିଛି ବର୍ଷ ମଧ୍ୟରେ ଭ୍ଲାଦିମିର୍ ଅଞ୍ଚଳରେ ସବୁଠାରୁ ସଫଳ ଏବଂ ଉଲ୍ଲେଖନୀୟ ଶିଳ୍ପରେ ପରିଣତ ହୋଇଛି। ସେ ଜଣେ ପରୋପକାରୀ, ସାଧାରଣ ଜୀବନଯାପନ କରୁଥିଲେ ବୋଲି ଜଣାପଡିଛି।

 

 

Leave A Reply

Your email address will not be published.