Latest Odisha News

BREAKING NEWS

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି ଜିଲ୍ଲାପାଳ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ ଜିଲ୍ଲାପାଳ ଚିତ୍ତରଞ୍ଜନ ପିଲ୍ଲା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କର ୯ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ୨ଜଣ ଡିଏସପି, ୧୪ ଇନସପେକ୍ଟର, ୬ ଏଏସଆଇ ଓ ଅନ୍ୟ ମାନଙ୍କ ସହ ସଦଳବଳେ ଚଢାଉ କରି ଖାନତଲାସି କରୁଛି ଭିଜିଲାନ୍ସ।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ନୋଟିସ ବଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଗାଡକଣର ଆପାର୍ଟମେଣ୍ଟ, ରଙ୍ଗାମାଟିଆ ଫ୍ଲାଟ୍, ଭରତପୁର ଫ୍ଲାଟ, ବାଲେଶ୍ୱର ସୁନହଟସ୍ଥିତ ୨ଟି ଫ୍ଲାଟ୍, ସୋନପୁରସ୍ଥିତ ଦୁଇମହଲା ଘର, ବାଲେଶ୍ୱର ବାଲିଆପାଳସ୍ଥିତ ପୈତୃକ ଘର, ଜଗତସିଂହପୁର ଭଡା ଘର ଓ ସରକାରୀ ବାସଭବନରେ ଖାନତଲାସି କରି ତାଙ୍କର ସମ୍ପତ୍ତି ଆକଳନ କରୁଛି ଭିଜିଲାନ୍ସ।

Leave A Reply

Your email address will not be published.